ନୂଆଦିଲ୍ଲୀ: ଉତ୍ତର ଭାରତୀୟ ଲୋକମାନଙ୍କୁ ଆଉ କିଛି ଦିନ ଥଣ୍ଡା ସହିବାକୁ ପଡିବ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗୀମୀ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ପଞ୍ଜାବ, ହରିୟାଣା,ଚଣ୍ଡିଗଡ, ଦିଲ୍ଲୀ, ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡ ଶୀତ ଲହରର ସମ୍ମୁଖୀନ ହେବାକୁ ପଡ଼ିବ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଏହି ରାଜ୍ୟଗୁଡ଼ିକରେ କିଛି ଦିନ ପର୍ଯ୍ୟନ୍ତ ଶୀତ ଲହର ଜାରି ରହିପାରେ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟାରେ ବିହାର,ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ୨-୩ ଦିନ ପର୍ଯ୍ୟନ୍ତ ଅଳ୍ପ ବର୍ଷା ହୋଇପାରେ। ଏହି ସମୟରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରିରୁ କମ ହୋଇପାରେ ଓ ସବୁଠାରୁ ଅଧିକ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୪.୫ ଡିଗ୍ରି କମ ହୋଇପାରେ।
ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶର କିଛି ଜିଲ୍ଲାରେ ଘନ କୁହୁଡି ଲାଗି ରହିବ। ଏହି ସମୟରେ ମଧ୍ୟ ପ୍ରଦେଶର ସ୍ଥିତି ଗୁରୁତର ହୋଇପାରେ। ଏହା ପରେ ଥଣ୍ଡା ଧୀରେ ଧୀରେ କମ ହୋଇଯିବ। ଓଡ଼ିଶା, ପଶ୍ଚିମ ବଙ୍ଗ ଓ ସିକ୍କିମରେ ମଧ୍ୟ ୨୮ ରୁ ୩୦ ତାରିଖ ମଧ୍ୟରେ ଘନ କୁହୁଡି ଲାଗି ରହିବ।