ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ‘ବିପର୍ଯ୍ୟୟ’, ଭାରତ ଉପରେ ବିଶେଷ ପ୍ରଭାବ ନାହିଁ

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ଧୀରେ ଧୀରେ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ସଂଧ୍ୟା ସାଢେ ୫ଟା ସୁଦ୍ଧା ଏହା ଗୋଆଠାରୁ ୮୬୦ କିଲୋମିଟର ପଶ୍ଚିମ,ଦକ୍ଷିଣ-ପଶ୍ଚିମ ଦିଗରେ ଓ ମୁମ୍ବାଇଠାରୁ ୯୪୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା ।

ଏହି ଘୂର୍ଣ୍ଣିବଳୟ ଉତ୍ତର ଦିଗକୁ ଗତି କରି ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାପରେ ଆସନ୍ତା ୩ ଦିନ ମଧ୍ୟରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ତେବେ ଭାରତ, ଓମାନ, ଇରାନ ଆଦି ଆରବ ସାଗର ସଂଲଗ୍ନ ଦେଶଗୁଡ଼ିକ ଉପରେ କୌଣସି ବଡ଼ ପ୍ରଭାବ ସଂପର୍କରେ ବିଭାଗ ଏପର୍ଯ୍ୟନ୍ତ ପୂର୍ବାନୁମାନ କରିନାହିଁ । ତେବେ ଏହା ପାକିସ୍ତାନରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।

ଏହି ବାତ୍ୟା ଯୋଗୁଁ ଖରାପ ପାଗ ଏବଂ ସମୁଦ୍ର ସ୍ଥିତି ଆଗାମୀ ୩-୪ ଦିନ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫-୧୪୫ କିଲୋମିଟରରୁ ୧୬୦ କିଲୋମିଟରକୁ ବୃଦ୍ଧି ପାଇପାରେ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର କୁ ନଯିବା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡ଼ିକ ପାଇଁ ଆସନ୍ତା ୫ ଦିନ ପାଇଁ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

 

ସମ୍ବନ୍ଧିତ ଖବର