‘ଉତ୍କଟ ଅପପୁଷ୍ଟି’ରେ ଏବେ ବି ଭାରତ ଆଗରେ

ନୂଆଦିଲ୍ଲୀ : ନିକଟରେ ପ୍ରକାଶିତ ବିଶ୍ବ କ୍ଷୁଧା ସୂଚୀରେ ଭାରତ ଗମ୍ଭୀର ବା ‘ଉତ୍କଟ ଅପପୁଷ୍ଟି’ ବର୍ଗରେ ଏବେ ବି ଆଗରେ ରହିଛି। ବିଶ୍ବର ୧୦୭ଟି ଦେଶ ମଧ୍ୟରୁ ଭାରତ ୯୪ତମ ସ୍ଥାନରେ ଅଛି। କିନ୍ତୁ ୧୦୭ଟି ପରିବର୍ତ୍ତେ ୧୦୩ଟି ଦେଶକୁ ଯଦି ବିଚାରକୁ ନିଆଯାଏ ତାହେଲେ ଭାରତର ରୢାଙ୍କ ୯୬ ପରିବର୍ତ୍ତେ ୯୨ରେ ରହିଥିବା ପ୍ରତୀୟମାନ ହେଉଛି। ୧୦୩ଟି ଦେଶକୁ ଏଇଥି ପାଇଁ ନିଆଯାଇଛି ଯେ, ଏହି ଦେଶଗୁଡ଼ିକ ପାଇଁ ଗତ ୨ ଦଶନ୍ଧିର ତଥ୍ୟ ସମାନ ରୂପେ ଉପଲବ୍ଧ ହେଉଛି। କିନ୍ତୁ ଗତ ଦୁଇ ଦଶନ୍ଧିର ତଥ୍ୟକୁ ତୁଳନା କଲେ ଏହା ମଧ୍ୟ ଜଣାପଡ଼ୁଛି ଯେ ସ୍ଥିତି ବସ୍ତୁତଃ ଖରାପ ହୋଇଛି।

ସହସ୍ରାଦ୍ଦୀର ଶେଷବେଳକୁ ବିଶ୍ବର ୧୦୩ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୮୪ରେ ଥିଲା। ତେବେ ୨୦୦୬ ମସିହା ବେଳକୁ ଭାରତ ୯୨ତମ ସ୍ଥାନକୁ ଖସିଆସିଥିଲା। ଏହାପରେ ୨୦୧୨ ମସିହା ବେଳକୁ ୮୮ତମ ସ୍ଥାନକୁ ଏବଂ ୨୦୧୯ରେ ୯୬ତମ ସ୍ଥାନକୁ ଖସିଥିଲା। କିନ୍ତୁ ୨୦୨୦ରେ ଏହା ୯୨ ତମ ସ୍ଥାନରେ ରହିଛି।

ବିଶ୍ୱ କ୍ଷୁଧା ସୂଚୀ ମାପରେ ଭାରତର ର‍୍ୟାଙ୍କ
ଅନେକ ଉନ୍ନତି ସତ୍ତ୍ବେ ଭାରତର ଆପେକ୍ଷିକ ହ୍ରାସରୁ ଏହା ଜଣାପଡ଼ୁଛି କି କିଛି ଦେଶ ଯେଉଁମାନେ ଭାରତ ଠାରୁ ପଛରେ ଥିଲେ ସେମାନେ କ୍ଷୁଧା ମାପ ପାଇଁ ବ୍ୟବହୃତ ମାନଦଣ୍ଡରେ ଆଗକୁ ବଢ଼ିଛନ୍ତି। ବିଶ୍ବ କ୍ଷୁଧା ସୂଚୀରେ ଦେଶର ମୋଟ ଲୋକରେ କେତେଲୋକ ଅପପୁଷ୍ଟି ବା କୁପୋଷଣର ଶିକାର ହୋଇଛନ୍ତି, ‌‌କେତେ ଶିଶୁ ସେମାନଙ୍କ ବୟସ ତୁଳନାରେ କମ୍ ଉଚ୍ଚତାର ଏବଂ ଉଚ୍ଚତା ତୁଳନାରେ କମ୍ ଓଜନର ରହିଛନ୍ତି ତାହାକୁ ବିଚାରକୁ ନିଆଯାଇଥାଏ। ଏଥିସହିତ ୫ ବର୍ଷରୁ କମ୍ ବୟସର ଶିଶିଙ୍କ ମଧ୍ୟରେ ମୃତ୍ୟୁ ହାର କେତେ ରହିଛି ତାହା ହିସାବକୁ ନିଆଯାଇଥାଏ।

ଉତ୍କଟ ଅପପୁଷ୍ଟି କ୍ଷେତ୍ରରେ ଭାରତ ତଳେ ରହିଛି। ସେହିଭଳି ୫ ବର୍ଷରୁ କମ୍ ବୟସର ଶିଶୁଙ୍କ କ୍ଷେତ୍ରରେ ପିଲାଙ୍କ ଉଚ୍ଚତା ତୁଳନାରେ ଓଜନ କମ୍ ରହିଛି। ଇଂରାଜୀରେ ଏହାକୁ ‘ୱେଷ୍ଟିଂ’ ମଧ୍ୟ କୁହାଯାଉଛି। ତେଣୁ ଏଥିଯୋଗୁ ଅପପୁଷ୍ଟି ଉତ୍କଟ ରୂପ ନେଇଛି।

PRI.org

‌ବିଶ୍ବସ୍ତରୀୟ ତୁଳନା
ଦୁଃଖର ବିଷୟ ହେଲା ଏହି ୱେଷ୍ଟିଂ ବା ଉତ୍କଟ ଅପପୁଷ୍ଟି ଭାରତରେ ଗତ ଦୁଇ ଦଶନ୍ଧି ହେଲା ସମାନ ରହିଛି ବା ଏଥିରେ କୌଣସି ଉନ୍ନତି ଆସିନାହିଁ। ୨୦୦୦ ମସିହାରେ ଏହା ୧୭ ପ୍ରତିଶତ ଥିବାବେଳେ ୨୦୨୦ରେ ମଧ୍ୟ ଏହା ସେହି ୧୭ ପ୍ରତିଶତରେ ରହିଛି। ବିଶ୍ବ କ୍ଷୁଧା ସୂଚୀ ରିପୋର୍ଟ‌ରୁ ଏହା ଜଣାଯାଇଛି। ମଝିରେ ଏଥିରେ କିଛିଟା ଉନ୍ନତି ଆସିଥିଲା। କିନ୍ତୁ ସେହି ଉନ୍ନତି ପରେ ଧୋଇଯାଇଛି। ତେବେ ଏପରି ହେବାର ଏକ ପ୍ରମୁଖ କାରଣ ଏହା ହୋଇପା‌ରେ ଯେ ଭାରତରେ ଲୋକମାନେ ପ୍ରୋଟିନଯୁକ୍ତ ଖାଦ୍ୟ ପରିବର୍ତ୍ତେ କାର୍ବୋହାଇଡ୍ରେଟଯୁକ୍ତ ଖାଦ୍ୟକୁ ଅଧିକ ମାତ୍ରାରେ ଖାଉଛନ୍ତି। ଭାରତରେ ଲୋକମାନଙ୍କ ମୁଣ୍ଡ ପିଛା ପ୍ରୋଟିନ ଉପଯୋଗ ବିଶ୍ବରେ କମ୍ ମଧ୍ୟ ରହିଛି।

ରାଜ୍ୟଗୁଡ଼ିକର ସ୍ଥିତି
ଭାରତରେ ବିକଶିତ ରାଜ୍ୟଗୁଡ଼ିକରେ ଶିଶୁମାନଙ୍କ କ୍ଷେତ୍ରରେ ୱେଷ୍ଟିଂ ବା ଉତ୍କଟ ଅପପୁଷ୍ଟିର ସ୍ଥିତି କମ୍ ବିକଶିତ ରାଜ୍ୟ ଗୁଡ଼ିକ ତୁଳନାରେ ଖରାପ ରହିଛି। ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ତୁଳନାରେ ଗୁଜରାଟ, ମହାରା‌ଷ୍ଟ୍ର ଓ କର୍ଣ୍ଣାଟକରେ ଉତ୍କଟ ଅପପୁଷ୍ଟିର ପ୍ରାବଲ୍ୟ ଅଧିକ ରହିଛି। ସେହିଭଳି ଶିଶୁ ମୃତ୍ୟୁ ହାର ଏବଂ କୁପୋଷଣ କ୍ଷେତ୍ରରେ ବିକଶିତ ରାଜ୍ୟଗୁଡ଼ିକ ଉନ୍ନତି କରିଥିଲେ ମଧ୍ୟ ଉତ୍କଟ ଅପପୁଷ୍ଟି ବା ପିଲାଙ୍କ ବୟସ ତୁଳନାରେ ଓଜନରେ ଉନ୍ନତି ଆଣିବା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି।

ସମ୍ବନ୍ଧିତ ଖବର