କୋଲକାତା: ଯୁଆଡେ ଦେଖିଲେ ଖାଲି ପାଣି ଆଉ ପାଣି… ସହରର ମୁଖ୍ୟ ରାସ୍ତା କୁହନ୍ତୁ କି ଗଳିକନ୍ଦି ଅବା ଦୋକାନ ବଜାର । ସବୁଠି ପାଣି ପାଣି । ବର୍ଷା ଏମିତି ହେଲା ଘରେ ଅଣ୍ଟେ ଲେଖାଏଁ ପାଣି ପଶିଗଲା । ରାତିରେ ହଠାତ୍ ବର୍ଷାପାଣି ଘର ମୁହାଁ ହେବା ପରେ ଏବେ କୋଲକାତାର ସ୍ଥିତି ପୂରା ସଙ୍ଗୀନ୍ । 

Advertisment

New Project (2)

କେଉଁଠି କିଏ ଗତ ସୋମବାର ରାତି ଠାରୁ ସେହି ଖଟରେ ବସିଛି ଯେ ବସିଛି । ନା ଘରୁ ବାହାରକୁ ବାହାରି ହେଉଛି ନା ଘରୁ ପାଣି ଛାଡୁଛି । ରାସ୍ତା ବୁଡି ଘର ଘରେ ପାଣଇ ପଶିଯିବା ପରେ ଗୋଟିଏ ଖଟରେ ମଣିଷ, ଜିନିଷ ପତ୍ର ସବୁ ରହିଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଖାଇବା, ପିଇବା, ଶୌଚ ହେବା ଏକ ପ୍ରକାର ସମସ୍ୟା କୋଲକାତା ସହରରେ ବର୍ଷା ପରେ ବନ୍ୟା ସ୍ଥିତି ପାଇଁ ସୃଷ୍ଟି ହୋଇଛି ।

New Project (1)

ସେପଟେ ଗାଡ଼ି ଚଳାଚଳ, ବସ ସେବା ବ୍ୟାହତ ହୋଇଛି । ରେଳ ଟ୍ରାକ ବୁଡିଥିବାରୁ ଟ୍ରେନ ଚଳାଚଳ ବନ୍ଦ ହୋଇଛି। ସିଆଲଦା ଷ୍ଟେସନ ସମେତ ଅନେକ ଷ୍ଟେସନରେ ଯାତ୍ରୀମାନେ ପ୍ଲାଟଫର୍ମରେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ସହରର ମୁଖ୍ଯ ରାସ୍ତାରେ ପାଣି ଆଜି ବି ବୁଡ଼ି କି ରହିଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଅଧା ରାସ୍ତାରେ ଗାଡ଼ି ବନ୍ଦ ହେଇ ଅଟକିଯାଉଛି । ଦାମୀ ଦାମୀ ଗାଡ଼ି ରାସ୍ତାରେ ପାଣିରେ ଫସି ରହୁଛି । 

ଦୁର୍ଗାପୂଜା ପୂର୍ବରୁ କୋଲକାତାର ଏ ବର୍ଷା ସମସ୍ତଙ୍କୁ ଚିନ୍ତିତ କରିଛି । ପ୍ରତିବର୍ଷ କୋଲକାତାରେ ଦୁର୍ଗାପୂଜା ପାଇଁ ଭିଡ ଦେଖିବାକୁ ମିଳୁଥିବା ବେଳେ ଏଥର ବର୍ଷା ସବୁକିଛି ଫିକା ପକେଇ ଦେଇଛି । ସେପଟେ ପୂଜା ପେଣ୍ଡାଲ ବି ବୁଡିକି ରହିଛି । ବଡ ବଡ ତୋରଣ, ପେଣ୍ଡାଲ ସବୁ ପାଣି ଘେରରେ ରହିଛି ।

ଗୋଟେ ପଟେ କୋଲକାତା ପାଣିରେ ବୁଡି ରହିଥିବା ବେଳେ ଅନ୍ୟପଟେ ପୁଣି ୨୪ ଘଣ୍ଟା ଭିତରେ ବର୍ଷାର ଆଲର୍ଟ ଜାରି କରାଯାଇଛି । ଇତିମଧ୍ଯରେ ବର୍ଷା ପରର ସ୍ଥିତିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ଦୀର୍ଘ ୩୭ ବର୍ଷ ପରର ବଡ଼ ବର୍ଷା ବୋଲି କୁହାଯାଉଛି ।ସୋମବାର ରାତି ତମାମ ପ୍ରବଳ ବର୍ଷାରେ କୋଲକାତା ସହରର ଅନେକ ଅଂଶ ଜଳମଗ୍ନ ହୋଇ ସାଂଘାତିକ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଉପୁଜିଛି। ଦୁର୍ଗାପୂଜା ପୂର୍ବରୁ ଏଭଳି ରେକର୍ଡ ବର୍ଷା ଲୋକଙ୍କ ଖୁସିକୁ ପାଣିଚିଆ କରିଦେଇଛି। ବିଦ୍ୟୁତ୍‌ ଆଘାତରେ, ପାଣିରେ ବୁଡ଼ିଯାଇ ଲୋକଙ୍କ ମୃତ୍ୟୁ ହେଉଥିବା ଖବର ଆସୁଛି । ଏଭଳି ବର୍ଷା ପୂର୍ବରୁ କେବେ ହୋଇନଥିବା ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ କହିଛନ୍ତି ।