ପାକିସ୍ତାନ ଏବଂ ଆଫଗାନିସ୍ତାନରେ ବରଫଅତଡ଼‌ା ଧସି ୧୩୦ ମୃତ

ଇସଲାମାବାଦ୍‌ : ବରଫପାତ ଏବଂ ଅତ୍ୟନ୍ତ ଖରାପ୍‌ ପାଗ ଯୋଗୁଁ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ପ୍ରାୟ ୧୩୦ ଜଣଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନରେ ମାସକ ମଧ୍ୟରେ ବରଫ ଅତଡ଼ା ଧସିବା ଯୋଗୁଁ ୯୩ ଜଣଙ୍କ ମୃତ୍ୟୁ ହୋଇଥିବା‌ ବେଳେ ୭୬ ଜଣ ଆହତ ହୋଇଥିଲେ। ଆଫଗାନିସ୍ତାନରେ ୩୯ ଜଣଙ୍କ ମୃତ୍ୟୁ ହୋଇଛି। ନିଲମ୍‌ ଭ୍ୟାଲିରେ ପ୍ରାୟ ୬୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ୧୦ ଜଣ ନିଖୋଜ ଅଛନ୍ତି। ସେହିପରି ବାଲୁଚିସ୍ତାନ ପ୍ରଦେଶରେ ଖରାପ ପାଗ ଜନିତ କାରଣ ପାଇଁ ୩୧ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି। ଆଫଗାନିସ୍ତାନ ସୀମାରେ ୩୦୦ରୁ ଅଧିକ ଘର ଭାଙ୍ଗି ଯାଇଛି। ମିଳିଥିବା ସୂଚନାନୁଯାୟୀ ପ୍ରବଳ ବରଫପାତ ଯୋଗୁଁ ଘରର ଛାତ ଭୁଶୁଡ଼ି ପଡ଼ିଥିବାରୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର