ନୂଆଦିଲ୍ଲୀ: ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଶୀତଲହରି ପ୍ରବାହିତ ହେଉଥିବାବେଳେ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଦିଲ୍ଲୀରେ ତାପମାତ୍ରା କମ୍ ରହିଥିବାବେଳେ ଦିଲ୍ଲୀ, ଏନ୍ସିଆର୍ ଓ ଉତ୍ତର ଭାରତ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଶୀତ ଲହରି ନେଇ ଚେତାବନୀ ଜାରି କରିଛି। ଆଇଏମ୍ଡି ବୁଲେଟିନ୍ ଅନୁଯାୟୀ, ସୋମବାର ଉତ୍ତର ପ୍ରଦେଶ, ଜମ୍ମୁ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତରାଖଣ୍ଡରେ ଶୀତ ଲହର ପ୍ରବାହିତ ହେବ। ରାଜସ୍ଥାନ, ବିହାର, ଆସାମ, ମେଘାଳୟ, ମିଜୋରାମ, ତ୍ରିପୁରା, ମଣିପୁର ଓ ନାଗାଲାଣ୍ଡର କେତେକ ସ୍ଥାନରେ ଘନକୁହୁଡ଼ି ସହିତ ଶୀତ ଲହରୀ ଅନୁଭୂତ ହେବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି।
ଜଳୁଛି ଇଟାଭାଟି, ଦୂଷିତ ହେଉଛି ପରିବେଶ: ପ୍ରଶାସନ ନୀରବ
ଦିଲ୍ଲୀ ଓ ଏନସିଆର୍ରେ ଜାନୁଆରି ୧୭ ପର୍ଯ୍ୟନ୍ତ ଘନକୁହୁଡ଼ି ଦୃଶ୍ୟମାନ ହେବ। ସୋମବାରର ଆଇଏମ୍ଡି ତଥ୍ୟ ଅନୁଯାୟୀ, ଦିଲ୍ଲୀର ସଫଦରଜଙ୍ଗରେ ସବୁଠୁ କମ୍ ୩.୨ ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଥିଲା। ଆୟାନଗରଠାରେ ସବୁଠୁ କମ୍ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ପାଲମରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ରହିଥିଲା। ସଫଦରଜଙ୍ଗରେ ୪ ଡିଗ୍ରି ସେଲସିୟସ୍ ତାପମାତ୍ରା ରହିଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆର୍ନ୍ତଜାତିକ ବିମାନବନ୍ଦରରେ କ୍ୟାଟ୍ ୩ କଟକଣା ଲାଗୁ କରାଯାଇଛି। ଘନକୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମି ଯାଇଥିବାରୁ ଏହି କଟକଣା ଲାଗୁ କରାଯାଇଛି। ବିମାନ ବନ୍ଦର ଅଞ୍ଚଳରେ ଘନକୁହୁଡ଼ି ଥିବାରୁ ସକାଳ ୮ଟାରେ ଜାରି ନୋଟିସରେ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସ୍ଥିତି ଯାଞ୍ଚ କରିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/13/fshfshhfsbxvbv-2026-01-13-01-22-08.jpg)