ଇସଲାମାବାଦ: ପାକିସ୍ତାନର ୫,୫୦୦ କଲେଜ ଛାତ୍ରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ବିଶ୍ୱର ସବୁଠାରୁ ବଡ ସେକ୍ସ ସ୍କାଣ୍ଡଲ ବୋଲି କୁହାଯାଉଛି । ଏଥିରେ ହଜାର ହଜାର ଝିଅଙ୍କୁ ଡ୍ରଗ୍ସ ନିଶାରେ ଫସାଇ ଯୌନଶୋଷ  ଓ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି ।

Advertisment

ଏହି ଘଟଣାରେ ପୋଲିସର ଏକ ଆଶ୍ଚର୍ଯ୍ୟଜନକ ବୟାନ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ କହୁଛନ୍ତି ଯେ ଝିଅମାନଙ୍କୁ ବଞ୍ଚାଇବା ଆମର କାମ ନୁହେଁ । ଇସଲାମିଆ ବିଶ୍ୱବିଦ୍ୟାଳୟ ବାହାୱଲପୁର (ଆଇୟୁବି) ମାମଲାର ତଦନ୍ତ ପାଇଁ ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗ (ଏଚଇସି) ତିନି ଜଣ କୁଳପତି ଏବଂ ସୁରକ୍ଷା ଏଜେନ୍ସିର ଅଧିକାରୀଙ୍କୁ ନେଇ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି।

ଘଟଣାଟି ପାକିସ୍ତାନର ଇସଲାମିଆ ବିଶ୍ୱବିଦ୍ୟାଳୟ ବାହାୱଲପୁରର । ଭିଡିଓ ସାମ୍ନାକୁ ଆସିବା ପରେ ତଦନ୍ତ ବେଳେ ଅଭିଯୁକ୍ତଙ୍କ ମୋବାଇଲରୁ ଅନେକ ଅଶ୍ଳୀଳ ଭିଡିଓ ଓ ହ୍ଵାଟସଆପ୍ ଚାଟ୍ ମିଳିଥିଲା। କୁହାଯାଉଛି ଯେ ପାକିସ୍ତାନର ଇସଲାମିଆ ବିଶ୍ୱବିଦ୍ୟାଳୟରେ ଅନେକ ବର୍ଷ ଧରି ଏହି ସ୍କାଣ୍ଡାଲ ଚାଲିଥିଲା । ଛାତ୍ରୀଙ୍କ ସେକ୍ସ ସ୍କାଣ୍ଡଲର ଏହି ସମ୍ପୂର୍ଣ୍ଣ ଲଜ୍ଜାଜନକ ମାମଲାର ମାଷ୍ଟରମାଇଣ୍ଡ ଏଜାଜ ହୁସେନ ନାମକ ଜଣେ ବ୍ୟକ୍ତି ବୋଲି ଅନୁମାନ କରାଯାଉଛି। ଅଜସଙ୍କ ଗ୍ୟାଙ୍ଗ  ହଜାର ହଜାର ଯୁବତୀଙ୍କ ଅଶ୍ଳୀଳ ଭିଡିଓ ତିଆରି କରି ଶୋଷଣ କରୁଥିଲା। ଇସଲାମିଆ ବିଶ୍ୱବିଦ୍ୟାଳୟ ଡ୍ରଗ୍ସ ଏବଂ ଯୌନ ଶୋଷଣର କେନ୍ଦ୍ର ପାଲଟିଛି ।