ବେଙ୍ଗାଲୁର: କରୋନା ବେପାରକୁ ମାନ୍ଦା କରିବା ପରେ ଦେହଜୀବୀମାନେ ନିଜ ପେଟ ପୋଷିବା ପାଇଁ ଅନ୍ଲାଇନ୍ରେ ବେପାର ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ବୋଲି ଏକ ଖବର ନିକଟରେ ପ୍ରକାଶ ପାଇଥିଲା। ଏବେ ବେଙ୍ଗାଲୁର ପରି ବିକାଶଶୀଳ ସହରରେ ଅନ୍ଲାଇନ୍ ଦେହ ବ୍ୟବସାୟ ଆରମ୍ଭ ହୋଇଗଲାଣି। କରୋନା ଭୟରେ ଗ୍ରାହକଙ୍କଠାରୁ ଦୂରତ୍ବ ବଜାୟ ରଖିବାକୁ ଦେହଜୀବୀମାନେ ବାଧ୍ୟ ହୋଇ ପଡ଼ିଥିବା ବେଳେ ନିଜ ରୋଜଗାରର ପନ୍ଥା ଭାବେ ଅନ୍ଲାଇନ୍ ବେପାରକୁ ଆପଣେଇଛନ୍ତି କିଛି ଟେକ୍-ସାଭି ଦେହଜୀବୀ। ସେମାନେ ଇ-ୱାଲେଟ୍ ଜରିଆରେ ପାରିଶ୍ରମିକ ନେଇ ଭିଡିଓଟେଲିଫୋନି ପ୍ଲାଟ୍ଫର୍ମ ଜରିଆରେ ଗ୍ରାହକଙ୍କ ପାଇଁ ନିଜକୁ ଉପଲବ୍ଧ କରାଉଛନ୍ତି।
କେବଳ ସେତିକି ନୁହେଁ, ଇଣ୍ଟର୍ନେଟ୍ରେ ରୋଜ ନାମକ ଜଣେ ଦେହଜୀବୀଙ୍କ ଜୁମ୍ ଆଇଡି ଓ ପାସ୍ୱାର୍ଡ ବି ଦେଖିବାକୁ ମିଳିଛି। ଦେହଜୀବୀ ଜଣକ ତାଙ୍କୁ ଯୋଗ ଦେବାକୁ ଗ୍ରାହକଙ୍କୁ ନିର୍ଦ୍ଦିଷ୍ଟ ସମୟ ଦେବା ପରେ ଗ୍ରାହକମାନେ ଅନ୍ଲାଇନ୍ରେ ପେମେଣ୍ଟ କରି ଅଂଶ ଗ୍ରହଣ କରୁଛନ୍ତି।
/sambad/media/post_attachments/wp-content/uploads/2020/05/sex-racket-jpg_710x400xt-300x169.jpg)
Asianet News Hindi
ଘଣ୍ଟା ହିସାବରେ ଗ୍ରାହକଙ୍କୁ ଅର୍ଥ ଦେବାକୁ ପଡୁଛି। ଅଧ ଘଣ୍ଟା ପାଇଁ ୧୦୦୦ ଟଙ୍କା ଦାବି କରୁଛନ୍ତି ଦେହଜୀବୀ। ଗ୍ରାହକମାନେ ଭିଡିଓ ଚାଟ୍ ଆରମ୍ଭ କରିବା ପୂର୍ବରୁ ପେଟିଏମ୍ କିମ୍ବା ଗୁଗୁଲ୍ପେ ଜରିଆରେ ପ୍ରଥମେ ଦେୟ ପ୍ରଦାନ କରୁଛନ୍ତି ବୋଲି କିନ୍ନର ରୁପା କହନ୍ତି। ରୁପା ଅନ୍ଲାଇନ୍ରେ ଜାସ୍ମିନ୍ ନାମରେ ମିଳୁଛନ୍ତି। ସେ ଅନେକ ପ୍ଲାଟ୍ଫର୍ମରେ ସକ୍ରିୟ ଥିବା ବେଳେ କିଛି ଗେ ଡେଟିଂ ଆପ୍ରେ ବି ନଜର ଆସୁଛନ୍ତି।
ସ୍ବେଚ୍ଛାସେବୀ ସଂଗଠନ ସଲିଡାରିଟଇ ଫାଉଣ୍ଡେସନ୍ରେ ଦେହଜୀବୀମାନଙ୍କ କଲ୍ୟାଣ ସକାଶେ କାର୍ଯ୍ୟ କରୁଥିବା ସମାଜସେବକ ଶୁଭା ଚାକୋ କହନ୍ତି, ‘ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଆର୍ଥିକ ଅବସ୍ଥା ଖୁବ୍ ଖରାପ। କରୋନା ପାଇଁ ସାମାଜିକ ଦୂରତ୍ବ ବଜାୟ ରଖିବା ଅନିବାର୍ଯ୍ୟ ହୋଇ ପଡ଼ିଥିବା ବେଳେ ଅନେକ ପେଟ ପୋଷିବାର ପନ୍ଥା ହରାଇ ବସିଛନ୍ତି। କିଛି ଦେହଜୀବୀ ବଞ୍ଚି ରହିବାକୁ ଅନ୍ଲାଇନ୍ ବେପାର ପନ୍ଥା ଆପଣେଇଛନ୍ତି। ମାତ୍ର ଏଥିରେ ଖୁବ୍ କମ୍ ପ୍ରତିଶତ ମିଳେ।’