ବିନୋଦ ଦୁଆଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ

0

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଚାଲିଥିବା ମି ଠୁ ଆନ୍ଦୋଳନରେ ବଲିଉଡ ସହିତ ଗଣମାଧ୍ୟମ ଜଗତ ବି ପ୍ରଭାବିତ ହୋଇଛି। ଏହି ପ୍ରକ୍ରିୟାରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଅlଙ୍କ ନାମ ଯୋଡ଼ି ହୋଇଯାଇଛି। ନିଷ୍ଠା ଜୈନ ନାମ୍ନୀ ଜଣେ ଫିଲ୍ମ ନିର୍ମାତା ବିନୋଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଫେସ୍‌ବୁକ୍‌ ପୋଷ୍ଟରେ ନିଷ୍ଠା ୧୯୮୯ର ବିଭିନ୍ନ ଘଟଣା ସଂପର୍କରେ ବର୍ଣ୍ଣନା କରି ବିନୋଦ ଦୁଆଙ୍କୁ ଜଣେ ଯୌନ ନିର୍ଯାତନାକାରୀ ଦର୍ଶାଇଛନ୍ତି। ନିଷ୍ଠା କହିଛନ୍ତି ଯେ ଚାକିରି ପାଇଁ ତାଙ୍କର ସାକ୍ଷାତକାର ନେବା ବେଳେ ବିନୋଦ ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ। ଏହାପରେ ଏକ ପାର୍କିଂ ପ୍ଲେସ୍‌ରେ ଏକ କାର୍‌ ଭିତରକୁ ଡାକି ଅସଦାଚରଣ କରିଥିଲେ। ଏ ନେଇ ସେ ତାଙ୍କ ବନ୍ଧୁମାନଙ୍କୁ ଜଣାଇଥିଲେ ବୋଲି ନିଷ୍ଠା କହିଛନ୍ତି।

ସମ୍ବନ୍ଧିତ ଖବର