ସମଲିଙ୍ଗୀ ରାୟ:ସେନାରେ ଲାଗୁ ହେବ ନାହିଁ: ରାୱତ୍‌

ନୂଆଦିଲ୍ଲୀ: ସମଲିଙ୍ଗୀ ସଂପର୍କକୁ ଅପରାଧ ଶ୍ରେଣୀରୁ ବାହାରେ ରଖିବା ପାଇଁ ସୁପ୍ରିମ୍‌ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ସେନା ବାହିନୀରେ ଲାଗୁ ହୋଇପାରିବ ନାହିଁ ବୋଲି ସେନାମୁଖ୍ୟ ବିପିନ ରାୱତ ଆଜି କହିଛନ୍ତି। ସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଆଜି ରାୱତ କହିଥିଲେ ଯେ ସେନାରେ ଏଭଳି ସଂପର୍କ ଗ୍ରହଣୀୟ ନୁହେଁ ଏବଂ ଏଥିପାଇଁ ପୂର୍ବରୁ କଟକଣା ରହିଛି। ସେନା ଆଇନରୁ ଊର୍ଦ୍ଧ୍ବରେ ନୁହେଁ, କିନ୍ତୁ ଏ ସଂକ୍ରାନ୍ତ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସେ କହିଥିଲେ। ଗତ ବର୍ଷ ସୁପ୍ରିମ୍‌ କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏକ ଐତିହାସିକ ରାୟରେ ଆଇପିସିର ଧାରା ୩୭୭ର କେତେକ ପ୍ରାବଧାନକୁ ରଦ୍ଦ କରି ସମଲିଙ୍ଗୀ ସଂପର୍କ ଅପରାଧ ଶ୍ରେଣୀରେ ରହିବ ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର