ନୂଆଦିଲ୍ଲୀ: ଇଣ୍ଟରନେଟ୍ର ଅପବ୍ୟବହାର ବହୁଳ ମାତ୍ରାରେ କରାଯାଉଛି। ଦିନକୁ ଦିନ ଏହା ବୃଦ୍ଧି ଘଟୁଛି। ବିଶେଷକରି ଇଣ୍ଟରନେଟ୍ରେ ଶିଶୁ କାମୋଦ୍ଦିପକ ଏବଂ ଅଶ୍ଳିଳ ବିଷୟବସ୍ତୁର ମାତ୍ରାଧିକ ପ୍ରସାର ଘଟୁଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହା ଉପରେ ନଜର ରଖିବା ପାଇଁ ଏକ ଅନଲାଇନ୍ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ ଆରମ୍ଭକୁ ତ୍ୱରାନ୍ଵିତ କରିବା ଲାଗି ଗୃହମନ୍ତ୍ରୀ ଶ୍ରୀ ସିଂହ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ କାର୍ଯ୍ୟ ପାଇଁ ସୋସିଆଲ ମିଡିଆର ଅପବ୍ୟବହାର କରାଯାଉଛି। ଏଥିପାଇଁ ତଦନ୍ତକାରୀ ସଂସ୍ଥା ଗୁଡ଼ିକୁ ସଶକ୍ତ କରିବାକୁ ସେ ଆହ୍ଵାନ କରିଛନ୍ତି। ସେହିଭଳି ଅସଚେତନ ଲୋକଙ୍କୁ ଠକମାନେ ଫୋନ୍ କଲ୍ ମାଧ୍ୟମରେ ଆର୍ଥିକ ଠକେଇ କରୁଛନ୍ତି। ଏ ନେଇ ଲୋକମାନଙ୍କୁ ସଚେତନ କରିବାକୁ ମନ୍ତ୍ରୀ କହିଥିଲେ।
ଇଣ୍ଟରନେଟ୍ରେ ଶିଶୁ କାମୋଦ୍ଦୀପକ ଚିତ୍ର ପ୍ରସାର ବଢ଼ୁଛି
/sambad/media/post_attachments/wp-content/uploads/2018/06/f10fb2c86d8186bf17b5a29ef480dbc6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)