କୋଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାର ତଦନ୍ତ କରୁଥିବା କୋଲକାତା ପୁଲିସ ଆଜି ରାଜଭବନର ୩ କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି। ଅଭିଯୋଗକାରୀ ମହିଳା ଦାବି କରିଛନ୍ତି ଯେ ତାଙ୍କୁ ରାଜଭବନ କର୍ମଚାରୀ ଅଟକ ରଖିଥିଲେ ଏବଂ ମେ’ ୨ର ଘଟଣା ସଂକ୍ରାନ୍ତରେ କାହାକୁ କିଛି ନକହିବାପାଇଁ କହିଥିଲେ। ଜଣେ ପୁଲିସ ଅଫିସର କହିଛନ୍ତି, ଅଭିଯୋଗ ଆଣିଥିବା ମହିଳାଙ୍କ ଅଭିଯୋଗ ଆଧାରରେ ଆଇପିସିର ଧାରା ୩୪୧ ଏବଂ ୧୬୬ ଅଧୀନରେ ରାଜଭବନର ୩ କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ରାଜ୍ୟପାଳଙ୍କ ବିରୋଧରେ ଅଭିଯୋଗ ଆଣିଥିବା ୨୯ ବର୍ଷୀୟା ମହିଳା ହେଉଛନ୍ତି ରାଜଭବନରେ ଜଣେ ଠିକା କର୍ମଚାରୀ। ରାଜ୍ୟପାଳ ତାଙ୍କୁ ୨ ଥର ଯୌନ ଉତ୍ପୀଡ଼ନ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ମହିଳା ଶୁକ୍ରବାର ଦିନ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ବୟାନ ରେକର୍ଡ କରିଛନ୍ତି। ପ୍ରାୟ ୫ ଘଣ୍ଟା ଧରି ତାଙ୍କ ବୟାନ ରେକର୍ଡ କରାଯାଇଥିବା ସେ କହିଛନ୍ତି। ଉଲ୍ଳେଖଯୋଗ୍ୟ, ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗ ରାଜ୍ୟପାଳ ତାଙ୍କୁ ୨ ଥର ତଥା ମାର୍ଚ୍ଚ ୨୪ ଏବଂ ମେ’ ୨ ତାରିଖରେ ଯୌନ ଉତ୍ପୀଡନ ଦେଇଥିଲେ। ସ୍ଥାୟୀ ଚାକିରି ଦେବା ଆଳରେ ରାଜ୍ୟପାଳ ତାଙ୍କୁ ତାଙ୍କ ଚ୍ୟାମ୍ବରଙ୍କୁ ଡାକି ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି।
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା: ୩ ରାଜଭବନ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ
/sambad/media/post_attachments/wp-content/uploads/2024/05/dggdjjggj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)