ଗୌହାଟି : ଆସାମର ଗୌହାଟିରେ ଏକ ଖ୍ୟାତନାମା କ୍ୟାନ୍ସର ଇନଷ୍ଟିଚ୍ୟୁଟ୍ରେ ୩ ଜଣ ମହିଳା ରୋଗୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜଣେ ପୁରୁଷ ନର୍ସ ଗିରଫ ହୋଇଛନ୍ତି। ଗୌହାଟିର ବି. ବାରୁଆ କ୍ୟାନ୍ସର ଇନଷ୍ଟିଚ୍ୟୁଟ୍ (ବିବିସିଆଇ) ରେ ଗତ ଡିସେମ୍ବର ୩୧ ତାରିଖରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ନର୍ସ କମଳ କାନ୍ତିସେନ୍ ଚୌଧୁରି ୩ ଜଣ କର୍କଟ ରୋଗୀଙ୍କୁ ଯୌନ ନିର୍ଯାତନା ଦେଇଥିବା ସଂପର୍କରେ ହସ୍ପିଟାଲ୍ ସୁପନରିନଟେଣ୍ଡେଣ୍ଟ୍ଙ୍କୁ ଅବଗତ କରିବାପରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ନର୍ସଙ୍କୁ ତ୍ରିପୁରାରୁ ଗିରଫ କରାଯାଇଛି।