ନୂଆଦିଲ୍ଲୀ : ବୁଧବାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଉଠିଥିଲା ଯେ ଖଲିସ୍ତାନୀ ଆତଙ୍କବାଦୀ ତଥା ସିଖ ଫର ଜଷ୍ଟିସର ପ୍ରତିଷ୍ଠାତା ଗୁରୁ ପଟଓ୍ବନ୍ତ ସିଂ ପନ୍ନୁ ଆମେରିକାରେ ଏକ ସଡ଼କ ଦୁର୍ଘଟଣାରେ ନିହତ ହୋଇଛି । ତେବେ ଦିନକ ପରେ ଜଣାପଡ଼ିଛି ଯେ ସେ ମୃତ୍ୟୁବରଣ କରିଥିବା ଖବରରେ ସତ୍ୟତା ନାହିଁ । ଖୋଦ ପନ୍ନୁ ନୂଆଦିଲ୍ଲୀର କେତେକ ସାମ୍ବାଦିକଙ୍କୁ ମେସେଜ୍ କରି ସେ ବଞ୍ଚିଥିବା କଥା ସ୍ପଷ୍ଟ କରିଛି ।
Received early morning message from Khalistani designated SFJ terrorist Gurpatwant Singh Pannun confirming that he is alive and in New York. And issuing a fresh threat to Indian diplomats in Canada, USA, Australia and UK. End of rumours and speculation on his death for now.
— Aditya Raj Kaul (@AdityaRajKaul) July 6, 2023
ନୂଆଦିଲ୍ଲୀରେ ଥିବା ବରିଷ୍ଠ ସାମ୍ବାଦିକ ଆଦିତ୍ୟ ରାଜ କୌଲଙ୍କ ପାଖକୁ ମଧ୍ୟ ପନ୍ନୁ ଏକ ମେସେଜ ପଠାଇ ଜୀବିତ ଥିବା କଥା କହିଛି ଓ ସେ ନ୍ୟୁୟର୍କରେ ଥିବା କଥା କହିଛି । ଏହା ସହିତ ସେ ପୁଣି ଥରେ ଭାରତକୁ ଧମକ ଦେଇଛି । ସେ କହିଛି ଯେ, କାନାଡା, ଅଷ୍ଟ୍ରେଲିଆ, ୟୁକେ ଓ ଆମେରିକାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ଆକ୍ରମଣ କରାଯିବ ।
ଗତ କିଛି ଦିନ ହେଲା ପ୍ରମୁଖ ଖଲିସ୍ତାନୀ ନେତାଙ୍କ ରହସ୍ୟଜନକ ମୃତ୍ୟୁ ପରେ ପନ୍ନୁ ଆତ୍ମଗୋପନ କରିଛି । ପାକିସ୍ତାନରେ ପରମଜିତ୍ ସିଂହ ପଞ୍ଜୱାଡର ହତ୍ୟା, ତା'ପରେ ଲଣ୍ଡନରେ ଅବତାର ସିଂହ ଖଣ୍ଡାର ମୃତ୍ୟୁ ଏବଂ କାନାଡ଼ାରେ ହରଦୀପ ସିଂ ନିଜାରର ହତ୍ୟା ପରେ ପନ୍ନୁ ଭୟ କରିଥିଲା ଯେ ତାଙ୍କୁ ମଧ୍ୟ ହତ୍ୟା କରାଯାଇପାରେ । ଏହା ସତ୍ତ୍ବେ ସେ ଭାରତକୁ ଧମକ ଦେଇଚାଲିଛି ।