ସଡ଼କ ଦୁର୍ଘଟଣାରେ ବଲିଉଡ୍ ଅଭିନେତ୍ରୀ ଶବାନା ଆଜ୍‌ମୀ ଆହତ, ଅଳ୍ପକେ ବର୍ତ୍ତିଲେ ଜାଭେଦ୍ ଅଖତର

ନୂଆଦିଲ୍ଲୀ: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌-ୱେରେ ଶନିବାର ଅପରାହ୍ଣରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଅଶୀ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ନଭି ମୁମ୍ବାଇର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ମିଳିଥିବା ଖବର ମୁତାବକ, ଶବାନାଙ୍କ କାର୍‌ ଏକ ଟ୍ରକ୍‌ ସହ ଧକ୍କା  ହେବା ପରେ ଏହି ଦୁର୍ଘଟଣା ଘଟିଥିଲା ।  ସେହି କାରରେ ଶବାନାଙ୍କ ସ୍ବାମୀ ଜାଭେଦ୍‌ ଅଖ୍‌ତର ବି  ବସିଥିଲେ ।

ପୁଲିସ୍‌ ସୁତ୍ରରୁ ପ୍ରକାଶ ଯେ ମୁମ୍ବାଇରୁ ୬୦ କିଲୋମିଟର ଦୂର ଖାଲାପୁରଠାରେ ଅପରାହ୍ନ ପ୍ରାୟ ସାଢ଼େ ତିନିଟାରେ ଏହି ଦୁର୍ଘଟଣା ହୋଇଥିଲା । ଶବାନା ଯେଉଁ କାର୍‌ରେ ଯାତ୍ରା କରୁଥିଲେ ସେହି କାର୍‌ଟି ଯାଇ ଏକ ଟ୍ରକ୍‌ରେ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା ।  ଆହତ ଶବାନାଙ୍କୁ ନଭି ମୁମ୍ବାଇର ଏମ୍‌ଜିଏମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର