ଅହମଦାବାଦ: ଆସନ୍ତାକାଲି ହେବ ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ କାଲି ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଦେଇ ସରକାର ବାଛିବେ ଜନତା। ହେଲେ ଦ୍ୱିତୀୟ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ ଅହମଦାବାଦ ଜାମା ମସଜିଦର ଶାହି ଇମାମ ଶବ୍ବୀର ଅହମ୍ମଦ ସିଦ୍ଦିକି ଏକ ବଡ଼ ବୟାନ ଦେଇଛନ୍ତି। ନିର୍ବାଚନରେ ମୁସଲମାନ ମହିଳାମାନଙ୍କୁ ଟିକେଟ୍ ଦେବାକୁ ଇସଲାମ ବିରୋଧୀ କହି ସେ ଏହାକୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି।
#WATCH | Those who give election tickets to Muslim women are against Islam, weakening the religion. Are there no men left?: Shabbir Ahmed Siddiqui, Shahi Imam of Jama Masjid in Ahmedabad#Gujaratpic.twitter.com/5RpYLG7gqW
— ANI (@ANI) December 4, 2022
ଏଏନଆଇକୁ ସାକ୍ଷାତକାର ଦେଇ ଶାହି ଇମାମ ଶବ୍ବୀର ଅହମ୍ମଦ ସିଦ୍ଦିକି କହିଥିଲେ ଯେ, ନିର୍ବାଚନରେ ମୁସଲମାନ ମହିଳାମାନଙ୍କୁ ଟିକେଟ୍ ଦେବା ଇସଲାମ ବିରୋଧୀ। ଏମାନେ ଇସଲାମକୁ ଦୁର୍ବଳ କରୁଛନ୍ତି। କ’ଣ ପୁରୁଷଙ୍କ ଅଭାବ ରହିଛି କି? ପୁରୁଷମାନେ ଥାଇ ମହିଳାଙ୍କୁ କାହିଁକି ଟିକେଟ ଦିଆଯାଉଛି? ଏସବୁ ଜିନିଷ ଆରମ୍ଭ ହେଉଥିବାରୁ ଆମେ ହିଜାବକୁ ସୁରକ୍ଷିତ ରଖିପାରିବୁ ନାହିଁ। ମୁଁ ଏଭଳି ଆରମ୍ଭକୁ ବିରୋଧ କରୁଛି।
ସେ ଉଦାହରଣ ଦେଇ କହିଥିଲେ ଯେ, ବର୍ତ୍ତମାନ ଲୋକମାନେ ଏଠାରେ ନମାଜ ପଢ଼ୁଛନ୍ତି। ଆପଣ ଜଣେ ବି ମହିଳାଙ୍କୁ ଏଠାରେ ଦେଖୁଛନ୍ତି କି? ଇସଲାମରେ ନମାଜ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ଇସଲାମରେ ମହିଳାମାନଙ୍କୁ ଏହିପରି ଲୋକଙ୍କ ସାମ୍ନାକୁ ଆସିବା ଉଚିତ୍ ଥାନ୍ତା ତେବେ ସେମାନଙ୍କୁ ମସଜିଦ ଆସିବାକୁ ମନା କରାଯାଇନଥାନ୍ତା। ଏହାର କାରଣ ହେଉଛି ଇସଲାମରେ ମହିଳାମାନଙ୍କର ସ୍ଥାନ ଅଛି। ତେଣୁ ତାଙ୍କୁ ଟିକେଟ ଦେଇ ନିର୍ବାଚନ ଲଢ଼ାଇବାର ଅର୍ଥ ହେଉଛି ଇସଲାମ ବିରୋଧରେ ବିଦ୍ରୋହ କରିବା।