ଥିରୁବନନ୍ତପୁରମ୍ : ସୁପ୍ରିମକୋର୍ଟଙ୍କ ସବରିମାଳା ରାୟ ପ୍ରସଙ୍ଗରେ ବିଜେପି ମୁଖ୍ୟ ଅମିତ ଶାହ ଯେଉଁ ବୟାନବାଜି କରିଛନ୍ତି ସେନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଆଜି ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶାହ କହିଥିଲେ ଯେ ସୁପ୍ରିମକୋର୍ଟ ଏଭଳି ରାୟ ଦେବା ଉଚିତ୍ ନୁହେଁ ଯାହା କାର୍ଯ୍ୟକାରୀ ହୋଇପାରିବନି। ତେବେ ବିଜୟନ୍ ଶାହଙ୍କୁ ଟାର୍ଗେଟ୍ କରି କହିଛନ୍ତି, ‘ସୁପ୍ରିମ୍ କୋର୍ଟଙ୍କୁ ଧମକ ଦେବାପାଇଁ ତୁମେ କିଏ ?’ ବିଜୟନ୍ କହିଛନ୍ତି ଶାହ ଏମିତି କହିବାର କାରଣ ଜଣାପଡ଼ିଯାଉଛି। ଆଜି ବାବ୍ରୀ ମସଜିଦ୍ ମାମଲାର ଶୁଣାଣି ଥିବାବେଳେ ଏହା ପୂର୍ବରୁ ଶାହଙ୍କର ଏଭଳି ବୟାନରୁ ଲାଗୁଛି ଯେମିିତି ସୁପ୍ରିମ୍ କୋର୍ଟ ତାଙ୍କ ନିର୍ଦ୍ଦେଶରେ ହିଁ ରାୟ ଦେବେ। କିନ୍ତୁ ଦେଶର ଜଣେ ଶାସକ ଦଳର ମୁଖ୍ୟ ଶାହ ଏଭଳି ଅଗଣତାନ୍ତ୍ରିକ ଆଭିମୁଖ୍ୟ ଗ୍ରହଣ କରିବା ଅତ୍ୟନ୍ତ ଅଶୋଭନୀୟ ବୋଲି ସେ କହିଛନ୍ତି।
ଗତ ଶନିବାର ବିଜେପି ମୁଖ୍ୟ ଅମିତ ଶାହ କେରଳର କନ୍ନୁୂରରେ ଏକ ରୢାଲିରେ କେରଳ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଆୟାପ୍ପା ଭକ୍ତଙ୍କ ଗଣଗିରଫଦାରୀକୁ ଜୋରଦାର ବିରୋଧ କରି ଶାହ କହିଥିଲେ ଯେ ବାମ ସରକାର ବିଜେପି ଏବଂ ଆରଏସ୍ଏସ୍ କର୍ମୀଙ୍କୁ ଟାର୍ଗେଟ୍ କରିବା ପାଇଁ କ୍ଷମତାର ଅପବ୍ୟବହାର କରୁଛି। ସୁପ୍ରିମ୍ କୋର୍ଟ ରାୟକୁ କାର୍ଯ୍ୟକାରୀ କରିବା ବାହାନାରେ ଆୟାପ୍ପା ଭକ୍ତଙ୍କୁ କେରଳର ବାମପନ୍ଥୀ ସରକାର ଦମନ କରିବାକୁ ଚେଷ୍ଟା ଚଳାଇଛନ୍ତି ଏବଂ ଏଥିପାଇଁ ପୁଲିସ ବାହିନୀକୁ ବ୍ୟବହାର କରୁଛନ୍ତି। ଯଦି କେରଳ ସରକାର ଦମନ ନୀତି ଜାରି ରଖିବେ, ତା’ହେଲେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। ଲୋକଙ୍କ ଭାବନା ସହ ଖେଳୁଥିବା ସରକାରକୁ ଆଦୌ ବରଦାସ୍ତ କରାଯିବ ନାହିଁ। ବାମ ସରକାରଙ୍କୁ ହଟାଇ ଦିଆଯିବ ବୋଲି ଶାହ ଧମକ ଦେଇଥିେଲ।
‘ସୁପ୍ରିମ୍ କୋର୍ଟଙ୍କୁ ଧମକ ଦେଉଛ’: ଶାହଙ୍କୁ ଘେରିଲେ ମୁଖ୍ୟମନ୍ତ୍ରୀ ବିଜୟନ୍
/sambad/media/post_attachments/wp-content/uploads/2018/10/shah-cm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)