ନୂଆଦିଲ୍ଲୀ:: ପାଟନାରେ ହୋଇଥିବା ବିରୋଧୀ ବୈଠକକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫଟୋ ସେସନ୍‌ କହିଛନ୍ତି। ଶାହ କହିଛନ୍ତି, ପାଟନାରେ ଏବେ ଫଟୋ ସେସନ୍‌ ଚାଲିଛି। ସେମାନେ ବିଜେପି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନ୍‌ଡିଏକୁ ଚ୍ୟାଲେଂଜ କରିବାକୁ ଚାହିଛନ୍ତି କିନ୍ତୁ ବିରୋଧୀ ଦଳ ଏକାଠି ହୋଇପାରିବେନି।

Advertisment

ଯଦି ବି ସେମାନେ ଏକାଠି ହୁଅନ୍ତି ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୦୦ରୁ ଅଧିକ ଆସନ ସହ ପୁଣିଥରେ କ୍ଷମତାକୁ ଆସିବେ। ଅମିତ ଶାହ ଏବେ ଜମ୍ମୁରେ ଥିବାବେଳେ ବିରୋଧୀ ନେତାଙ୍କ ‘ନକରାତ୍ମକ ରାଜନୀତି’କୁ କଡ଼ା ସମାଲୋଚନା କରିଛନ୍ତି। ଶାହ କହିଛନ୍ତି, ଦେଶରୁ ଦୁର୍ନୀତି ହଟାଇବାପାଇଁ ମୋଦୀ ସରକାର ଏକ ଶକ୍ତ ମୂଳଦୁଆ ସ୍ଥାପନ କରିଛନ୍ତି। କିନ୍ତୁ ଉପା ସରକାର ୧୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି‌ରେ ସାମିଲ ବୋଲି ଶାହ କହିଛନ୍ତି।