କୋଲକାତା: ନାଗରିକତା ସଂଶୋଧନ ଆଇନ ପାରିତ ହେବା ପରେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପ୍ରଥମ ଥର କୋଲକାତା ଗସ୍ତରେ ଯାଇଛନ୍ତି | କୋଲକାତାର ସହିଦ ମିନାରଠାରେ ସିଏଏ ସମର୍ଥନ ରାଲିରେ ଆଜି ସମ୍ବୋଧନ ଦେଇ ଶାହା କହିଛନ୍ତି ଯେ ମମତା ଦିଦିଙ୍କ ସରକାର ପଶ୍ଚିମବଙ୍ଗର ବିକାଶ ପାଇଁ ମୋଦି ସରକାରଙ୍କୁ ଅଟକାଇଦେଉଛନ୍ତି | କମ୍ୟୁନିଷ୍ଟ ସରକାରକୁ ଆପଣ ଦୁଇ ଦଶକ ସମୟ ଦେଇଛନ୍ତି | ସେହିପରି ମମତା ଦିଦିଙ୍କୁ ୧୦ ବର୍ଷ ସମୟ ଦେଇଛନ୍ତି | ସେମାନେ ରାଜ୍ୟର ବିକାଶ କରିନାହାଁନ୍ତି |

Advertisment

publive-image

ଆମକୁ ୫ ବର୍ଷ ସମୟ ଦିଅନ୍ତୁ ଆମେ ପଶ୍ଚିମବଙ୍ଗକୁ ସୁନାର ବଙ୍ଗଳା କରିଦେବୁ | ଗୃହମନ୍ତ୍ରୀ ଅମିତ ଶାହା କୋଲକାତା ରାଲିରେ କହିଛନ୍ତି ଯେ ଆପଣମାନେ ଆର ନୋଇ ଅନ୍ୟାୟ(ଆଉ ଅନ୍ୟାୟ ନୁହେଁ) ଅଭିଯାନରେ ସାମିଲ ହୁଅନ୍ତୁ | ଏହି ରାଜ୍ୟକୁ ଅତ୍ୟାଚାର ମୁକ୍ତ କରିବାକୁ ବିଜେପି ସହ ସାମିଲ ହେବାକୁ ଶାହା ଆହ୍ୱାନ ଦେଇଛନ୍ତି |


ଶାହା କହିଛନ୍ତି ଯେ ମମତା ଦିଦି ସବୁ ଗାଁକୁ ଯାଇ ଲାକଙ୍କୁ ତାଙ୍କ ଅଭିଯାନ 'ଦିଦି କୋ ବୋଲ'(ଦିଦିଙ୍କୁ କୁହ) ବାବଦରେ ପଚାରୁଛନ୍ତି | କିନ୍ତୁ ଲୋକମାନେ ଦ୍ବନ୍ଦରେ ପଡିଯାଉଛନ୍ତି ଯେ ଏହାର କଣ ଉତ୍ତର ଦେବେ | ଯେବେ ବି ଦିଦି ଆପଣଙ୍କ ଗାଁକୁ ଆସିବେ ଆଉ 'ଦିଦି କୋ ବୋଲ' ଅଭିଯାନ ବାବଦରେ ପଚାରିବେ ଆପଣ କୁହନ୍ତୁ ଆର ନୋଇ ଅନ୍ୟାୟ(ଆଉ ଅନ୍ୟାୟ ନୁହେଁ) | ଅର୍ଥାତ ଆଉ ଏହି ଅନ୍ୟାୟକୁ ବରଦାସ୍ତ କରାଯିବନି ବୋଲି କହିଦିଅନ୍ତୁ |