ଲକ୍ଷ୍ନୌ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲକ୍ଷ୍ନୌରେ ‘ମେରା ପରିବାର ବିଜେପି ପରିବାର’ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶାହ ଜାତୀୟ ରାଜନୀତିରେ ଉତ୍ତରପ୍ରଦେଶର ଗୁରୁତ୍ବ ସଂକ୍ରାନ୍ତରେ କହିଛନ୍ତି। ଶାହ କହିଛନ୍ତି, ଯଦି ଭୋଟରମାନେ ୨୦୨୪ରେ ମୋଦୀ ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଥିବେ ତେବେ ସେମାନେ ପ୍ରଥମେ ୨୦୨୨ରେ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବେ। ଆମକୁ ଉତ୍ତରପ୍ରଦେଶକୁ ନମ୍ବର ୱାନ୍ ରାଜ୍ୟରେ ପରିଣତ କରିବାକୁ ପଡ଼ିବ। ଉତ୍ତରପ୍ରଦେଶ ବିନା କେନ୍ଦ୍ରରେ ସରକାର ରହିପାରିବନି। ସେହିପରି ୨୦୧୪ ଏବଂ ୨୦୧୯ରେ ନରେନ୍ଦ୍ର ମୋଦୀ ସରକାରର ସମସ୍ତ କ୍ରେଡିଟ୍ ସମ୍ପୂର୍ଣ୍ଣ ଭାବେ ଉତ୍ତରପ୍ରଦେଶ ଲୋକଙ୍କ ପାଖକୁ ଯିବ।
କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି, ବିଜେପି ସରକାର ୨୦୧୭ରେ ଯେଉଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ତା’ର ୯୦ ପ୍ରତିଶତ ପୂରଣ କରିଛନ୍ତି। ଆଉ ୧୦ ପ୍ରତିଶତ ପ୍ରତିଶ୍ରୁତିକୁ ଯୋଗୀ ଆଗାମୀ ୨ ମାସ ମଧ୍ୟରେ ପୂରଣ କରିବେ। ଆଗାମୀ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ୩୦୦ ସଂଖ୍ୟା ଟପିବ ଏବଂ ଯୋଗୀ ଆଦିତ୍ୟନାଥ ପୁଣିଥରେ କ୍ଷମତାକୁ ଫେରିବେ ବୋଲି ଶାହ ଦୃଢ଼ ବିଶ୍ବାସ ରଖିଛନ୍ତି। ଶାହ ଆଜି ବିରୋଧୀ ଦଳ ନେତାମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶାହ କହିଛନ୍ତି, ଅନେକ ବର୍ଷ ଧରି ଏସ୍ପି ଏବଂ ବିଏସ୍ପିର କାର୍ଯ୍ୟକଳାପ ଦ୍ବାରା ଊତ୍ତରପ୍ରଦେଶ ଧ୍ବଂସ ପଥକୁ ଚାଲି ଯାଇଥିଲା। ପଶ୍ଚିମ ଉତ୍ତରପ୍ରଦେଶରୁ ଲୋକମାନେ ସ୍ଥାନାନ୍ତର ହୋଇଯାଉଥିଲେ। କିନ୍ତୁ ଏବେ କେହି ବି ସ୍ଥାନାନ୍ତର ହେବାକୁ ଚାହୁନାହାନ୍ତି। ଆଜି ଉତ୍ତରପ୍ରଦେଶରେ କୌଣସି ବାହୁବଳି ନାହାନ୍ତି ଏବଂ ଏହି ପରିବର୍ତ୍ତନ କେବଳ ବିଜେପି ସରକାର ପାଇଁ ହୋଇଛି। ବିରୋଧୀ ଦଳଙ୍କ ପରି ଆମେ ବି ଜଣାଇବାକୁ ଚାହୁ ଯେ, ଆମେ ମଧ୍ୟ ଗରିବଙ୍କ ପାଇଁ କାମ କରୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/shah.jpg)