ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଶାହ

କୋଲକାତା: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ପ୍ରଚାର ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି ଶୁକ୍ରବାର ରାତିରେ ଏଠାରେ ପହଞ୍ଚିଛନ୍ତି। ଏହି ଦୁଇ ଦିନିଆ ଗସ୍ତବେଳେ ଶାହ ଜନସମ୍ପର୍କ ବୃଦ୍ଧି କରିବାକୁ ୧୯ ତାରିଖ ସକାଳେ ଦଳୀୟ ନେତାମାନଙ୍କ ସହ ବୈଠକ କରି ରଣନୀତି ପ୍ରସ୍ତୁତ କରିବେ। ରାଜ୍ୟର ଚାଷୀମାନଙ୍କ ସହ ସେ ସାକ୍ଷାତ ଆଲୋଚନା କରିବେ। ପୂର୍ବାହ୍ନରେ ଏକ ଜନସଭାକୁ ସମ୍ବୋଧିତ କରିବା ପରେ ମେଦିନିପୁରର ଜଣେ କୃଷକଙ୍କ ଘରେ ମଧ୍ୟାହ୍ନଭୋଜନ କରିବେ। ରବିବାର ବୀରଭୂମରେ ଆୟୋଜିତ ଏକ ରୋଡ ସୋ’ରେ ଯୋଗଦେବେ। ଏହାପରେ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ ଗସ୍ତ କରିବେ।

ସମ୍ବନ୍ଧିତ ଖବର