ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ଧାରା ୩୭୦ ଏବଂ ୩୫ଏ ରଦ୍ଦ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ଜମ୍ମୁକଶ୍ମୀର ଯିବେ | ଆସନ୍ତାକାଲିଠାରୁ ଶାହା ତିନିଦିନିଆ ଗସ୍ତରେ ଜମ୍ମୁକଶ୍ମୀର ଗସ୍ତରେ ଯାଉଥିବାବେଳେ ଶ୍ରୀନଗରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ସ୍ଥାନରେ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିବାବେଳେ ଡ୍ରୋନ୍ ମାଧ୍ୟମରେ ମଧ୍ୟ ନଜର ରଖାଯିବ। ଏହି ଗସ୍ତ ସମୟରେ ଶାହା ଶ୍ରୀନଗରରୁ ସାରଜାହା ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବେ। ଏହା ସହିତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ଏବଂ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଏକ ସମ୍ମିଳନୀରେ ଯୋଗ ଦେବେ ।
ସେହିପରି ରାଜ୍ୟରେ ଦିନକୁ ଦିନ ଘଟୁଥିବା ଟାର୍ଗେଟ କିଲିଂକୁ ନେଇ ଶାହା ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ କରିବା ସହିତ ସେ ଜମ୍ମୁରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ। ସୂତ୍ରରୁ ପ୍ରକାଶ ଯେ ଅକ୍ଟୋବର ୨୩ରେ ଗୃହମନ୍ତ୍ରୀ ଶ୍ରୀନଗରରେ ପହଞ୍ଚିବେ। ଏଠାରେ ସେ ଏକ ସମ୍ମିଳନୀରେ ଯୋଗ ଦେବେ | କେନ୍ଦ୍ରୀୟ ଯୋଜନା ହିତାଧିକାରୀ ଏବଂ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ୩୭୦ ହଟାଯିବା ପରେ ଜମ୍ମୁକଶ୍ମୀରରେ ହେଉଥିବା ବିକାଶମୂଳକ କାର୍ଯ୍ୟ ବାବଦରେ ଆଲୋଚନା କରିବେ । ପର୍ଯ୍ୟଟନ ବିକାଶ ସହ ଜଡିତ ପ୍ରକଳ୍ପଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯିବ।
ଏଥି ସହିତ ବିଭିନ୍ନ ସୁରକ୍ଷା ଏଜେନ୍ସି ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଆଭ୍ୟନ୍ତରୀଣ ସୁରକ୍ଷା, ଆତଙ୍କବାଦ ବିରୋଧୀ ସାମ୍ମୁଖ୍ୟରେ ସୁରକ୍ଷା ବାହିନୀର ରଣନୀତି ଉପରେ ଆଲୋଚନା କରାଯିବ। ସୂତ୍ରରୁ ପ୍ରକାଶ ଯେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ଆତଙ୍କବାଦୀମାନେ ଶ୍ରୀନଗରରେ ଏକ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଛନ୍ତି। ତେବେ ଜମ୍ମୁକଶ୍ମୀରର ପୁଲିସ ଡିଜି ଦିଲବାଗ ସିଂହ କହିଛନ୍ତି ଯେ ଜମ୍ମୁକଶ୍ମୀରର ଶାନ୍ତିକୁ ଭାଙ୍ଗିବାକୁ ଦିଆଯିବ ନାହିଁ | ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ପଛରେ କେବଳ ଗୋଟିଏ ହିଁ ଉଦ୍ଦେଶ୍ୟ ରହିଛି ଯେ, ଏଭଳି କରି ଲୋକଙ୍କୁ ଭୟଭୀତ କରାଇବେ | ଯାହାକୁ ସଫଳ ହେବାକୁ ଦିଆଯିବ ନାହିଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/amitshah.jpg)