ଇମ୍ରାନଙ୍କ ଦଳରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ଶାହ ମହମ୍ମଦ କୁରେଶୀ, ଶେହ୍‌ବାଜ୍‌ ଶରିଫଙ୍କୁ ଦେବେ ଟକ୍କର

ଇସଲାମାବାଦ: ପାକିସ୍ତାନରେ ଇମ୍ରାନ୍‌ ସରକାରର ପତନ ଘଟିଛି। ଅନାସ୍ଥା ଭୋଟ୍‌ରେ ଇମ୍ରାନ୍‌ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି। ଅନାସ୍ଥା ଭୋଟ୍‌ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ। ତେବେ ଇମ୍ରାନଙ୍କୁ ବହିଷ୍କୃତ କରାଯିବା ପରେ ଆସନ୍ତାକାଲି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ବଛାଯିବ। ବିରୋଧୀ ଦଳରୁ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବାବେଳେ ଏବେ ଶାହ ମେହମୁଦ କୁରେଶୀ ଇମ୍ରାନ ଖାନଙ୍କ ଦଳ ପିଟିଆଇରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଜଣାପଡ଼ିଛି। ଶେହବାଜ ଶରିଫ ପିଏମଏଲଏନର ନେତା ହୋଇଥିବାବେଳେ ଶାହ ମେହମୁଦ କୁରେଶୀ ଇମ୍ରାନ ସରକାରରେ ବୈଦେଶିକ ମନ୍ତ୍ରୀଭାବେ  କାର୍ଯ୍ୟଭାର ସମ୍ଭାଳି ସାରିଛନ୍ତି।

ନିର୍ବାଚନ ପାଇଁ ଶେହାବାଜ ଆଜି ଅପରାହ୍ନ ୪ଟାରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଶାହ ମେହମୁଦ କୁରେଶୀ ମଧ୍ୟ ତାଙ୍କ ନାମାଙ୍କନପତ୍ର ଦାଖଲ କରିସାରିଥିବା ଜଣାପଡ଼ିଛି। ଦୁଇ ଦଳ ନିଜ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛି ସାରିଥିବା ବେଳେ ଆସନ୍ତାକାଲି ଅପରାହ୍ନ ୨ଟାରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ କିଏ ହେବ? ତାହା ଜଣାପଡ଼ିବ।

ସେହିପରି, ‘ପାକିସ୍ତାନ୍‌ ପିପୁଲସ୍‌ ପାର୍ଟି’ର ମୁଖ୍ୟ ବିଲାୱାଲ୍‌ ଭୁଟ୍ଟୋଙ୍କୁ ନୂତନ ସରକାରରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ଗଣମାଧ୍ୟମ ସବୁ ରିପୋର୍ଟ କରୁଛନ୍ତି।

ଅନ୍ୟପକ୍ଷରେ ଇମ୍ରାନ୍‌ ସରକାରର ପତନ ଘଟିବାରୁ ପାକିସ୍ତାନ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି। ରାସ୍ତା ଉପରକୁ ଇମ୍ରାନଙ୍କ ସମର୍ଥକ ଓହ୍ଲାଇ ଆସିଥିବାରୁ ବିଭିନ୍ନ ସହର‌େର ସେନା ମୁତୟନ କରାଯାଇଛି। କେବଳ ଏତିକି ନୁ‌େହଁ, ସମସ୍ତ ବିମାନଘାଟିରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ନେତା ଏବଂ ଅଧିକାରୀମାନଙ୍କ ଦେଶ ଛାଡ଼ିବା ଉପରେ କଟକଣା ଜାରି କରାଯାଇଛି।

ସମ୍ବନ୍ଧିତ ଖବର