ଶାହା-ପାୱାରଙ୍କ ଭେଟକୁ ନେଇ ତେଜିଲା ବିବାଦ: କଂଗ୍ରେସ ପରେ ଏବେ ଶିବସେନା ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ: ଏନସିପି ଅଧ୍ୟକ୍ଷ ଶରଦ ପାୱାର ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଭେଟାଭେଟି ହେବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ କଂଗ୍ରେସ ପରେ ଏବେ ଶିବସେନା ପ୍ରଶ୍ନ ଉଠାଇଛି | କଂଗ୍ରେସ ନେତାମାନେ ଏହି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇବା ପରେ ଆଜି ଶିବସେନା ସାଂସଦ ସଞ୍ଜୟ ରାଓତ କହିଛନ୍ତି ଯେ କିଛି କଥା ସ୍ପଷ୍ଟ ହୋଇଯିବା ଉଚିତ | ନଚେତ ଭ୍ରମ ସୃଷ୍ଟି ହୋଇପାରେ | ଏବେ ତ ଗୁଜବକୁ ସମାପ୍ତ କରନ୍ତୁ | ସଞ୍ଜୟ ରାଓତ ଟ୍ୱିଟ କରି ଲେଖିଛନ୍ତି ଯେ କିଛି କଥା ସମୟ ସହ ସ୍ପଷ୍ଟ ହୋଇଯିବା ଉଚିତ | ମୁଁ ବିଶ୍ୱାସର ସହିତ କହିପାରିବି ଯେ ଅହମ୍ମଦାବାଦରେ ଶରଦ ପାୱାର ଓ ଅମିତ ଶାହାଙ୍କ ମଧ୍ୟରେ କୌଣସି ଗୁପ୍ତ ବୈଠକ ହୋଇନାହିଁ |


ସୂଚନା ଥାଉ କି ଗଣମାଧ୍ୟମରେ ଚର୍ଚ୍ଚା ମୁତାବକ ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହ ପ୍ରଫୁଲ୍ଲ ପଟେଲ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଥିଲା | ଆଉ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା | ତେବେ ଗତକାଲି ଯେତେବେଳେ ଅମିତ ଶାହାଙ୍କୁ ଏବାବଦରେ ପଚରାଯାଇଥିଲା, ସେ କହିଥିଲେ ଯେ ସବୁ ବୈଠକର ତଥ୍ୟ ସାର୍ବଜନୀନ କରାଯାଇପାରିବ ନାହିଁ |

ସମ୍ବନ୍ଧିତ ଖବର