ଆଗାମୀ ତିନିଟି ଯୁଦ୍ଧ ପାଇଁ ରଣନୀତି ପ୍ରସ୍ତୁତ କଲେ ଅମିତ ଶାହା

ନୂଆଦିଲ୍ଲୀ: ରଣନୀତି ପ୍ରସ୍ତୁତ, ସେନାପତି ବି ପ୍ରସ୍ତୁତ | ଲୋକସଭା ନିର୍ବାଚନରେ ବିଜେପିର ଦମଦାର ଜିତ ପରେ ବିଜୟର ଏହି ରଥକୁ ବର୍ଷ ଶେଷରେ ହେବାକୁ ଥିବା ତିନି ରାଜ୍ୟର ନିର୍ବାଚନରେ ପହଞ୍ଚାଇବାକୁ ବିଜେପି ଅଧ୍ୟକ୍ଷ ଯୋଜନା ପ୍ରସ୍ତୁତ କରିସାରିଛନ୍ତି | ବିଧାନସଭା ନିର୍ବାଚନରେ ଜିତିବା ପାଇଁ ମୋଦିଙ୍କୁ ମଇଦାନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି ଶାହା | ହରିୟାଣା,ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ସବୁ ନେତାଙ୍କ ସହ ଆଲୋଚନା କରିଛନ୍ତି ଶାହା |

hindustantimes.com

ସ୍ଥାନୀୟ ସମସ୍ୟାକୁ ସମାଧାନ କରିବାକୁ ମାସକର ସମୟ ଦେଇଛନ୍ତି | ଏହି ତିନିଟି ରାଜ୍ୟରେ ବିଜେପିର ମୁଖ୍ୟ ବିରୋଧୀ ଦଳ ହେଉଛି କଂଗ୍ରେସ | ବିଜେପି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଶାହା ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ କର୍ମୀମାନେ ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କୁ କିଭଳି ସନ୍ତୁଷ୍ଟ କରିହେବ ତାହାର ରୂପରେଖ ପ୍ରସ୍ତୁତ କରାଯାଉ |

ସେହିପରି କିଭଳି ବିଜେପି ସପକ୍ଷରେ ବାତାବରଣକୁ ଉଜ୍ଜୀବିତ କରି ରଖିହେବ ସେ ନେଇ ପରାମର୍ଶ ମଧ୍ୟ ଦେଇଛନ୍ତି ଶାହା | ବିଶେଷ କରି ତିନି ରାଜ୍ୟରେ ଥିବା ମୌଳିକ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଶାହା ଜୋର ଦେଇଛନ୍ତି | ମାସକ ପରେ କେତେ ସମାଧାନ କରାଯାଇଛି ତାହାର ସମୀକ୍ଷା କରିବେ ଶାହା |

ସମ୍ବନ୍ଧିତ ଖବର