ନୂଆଦିଲ୍ଲୀ : ସଂସଦରେ ଜାରି ରହିଥିବା ଅଚଳାବସ୍ଥା ପ୍ରସଙ୍ଗରେ ମତ ରଖି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶନିବାର ଦିନ କହିଛନ୍ତି, ଯଦି ବିରୋଧୀ ଦଳ ନେତାମାନେ ଆଲୋଚନା ପାଇଁ ଆଗେଇ ଆସିବେ ତେବେ ସମସ୍ୟାର ସମାଧାନ ହୋଇପାରିବ। ଶାହ କହିଛନ୍ତି, କିଛି ପ୍ରସଙ୍ଗ ଅଛି ଯାହା କି ରାଜନୀତିଠାରୁ ଊର୍ଦ୍ଧ୍ବରେ। ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ବିଦେଶ ମାଟିରେ ଘରୋଇ ରାଜନୀତି ସଂକ୍ରାନ୍ତରେ ଆଲୋଚନା କରିବାକୁ କୁଣ୍ଠା କରିଥିଲେ। ତେବେ ଉଭୟ ପକ୍ଷ ବାଚସ୍ପତିଙ୍କ ନିକଟରେ ବସି ଆଲୋଚନା କରିବା ଉଚିତ। ସେମାନେ ୨ ପାଦେ ଆଗକୁ ଆସନ୍ତୁ ଏବଂ ଆମେ ବି ଦୁଇ ପାଦ ଆଗକୁ ଯିବୁ। ଏହାପରେ ସଂସଦ କାମ କରିବ। କିନ୍ତୁ ଆପଣ କେବଳ ସାମ୍ବାଦିକ ସମ୍ମିଳନୀ କରିଦେବେ ଏବଂ କିଛି କରିବେନି ସେମିତି ଗୃହ ଚାଲିପାରିବନି। ଗୃହ ମନ୍ତ୍ରୀ କହିଛନ୍ତି, କେବଳ ଶାସକ ଦଳ ସଦସ୍ୟ ଏବଂ କେବଳ ବିରୋଧୀଙ୍କୁ ନେଇ ସଂସଦୀୟ ପଦ୍ଧତି କାମ କରିପାରିବନି। ଉଭୟଙ୍କୁ କଥା ହେବାକୁ ପଡ଼ିବ।
ରାହୁଲଙ୍କ ଟିପ୍ପଣୀ ପ୍ରସଙ୍ଗରେ ଇନ୍ଦିରାଙ୍କ କଥା ଉଠାଇଲେ ଶାହ
/sambad/media/post_attachments/wp-content/uploads/2022/02/amit-shah.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)