ପୁଅ ଆରୟନକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହରୁଖ ଖାନ

ମୁମ୍ବାଇ: ପୁଅ ଆରୟନକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହରୁଖ ଖାନ। ଗତକାଲି ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପ‌ରେ ତାଙ୍କୁ ଏବେ ଆର୍ଥର ରୋଡ ଜେଲରେ ରଖାଯାଇଛି। ପୁଅ ଗିରଫ ହେବା ପରେ ଆଜି ପ୍ରଥମ ଥର ପାଇଁ ତାଙ୍କୁ ଭେଟିବାକୁ ଜେଲରେ ପହଞ୍ଚିଛନ୍ତି କିଙ୍ଗ ଖାନ ଶାହାରୁଖ।

ଗତକାଲି ମୁମ୍ବାଇର ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଆରୟନଙ୍କ ସମେତ ଆଉ ଦୁଇଜଣଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଥିଲା। ସେମାନେ ଥିଲେ ସହ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା । ଆରୟନଙ୍କୁ ଜାମିନ ଦେବାକୁ ଓକିଲ ସତୀଶ ମନସିନ୍ଧେ ଓ ଅମିତ ଦେଶାଇ କୋର୍ଟଙ୍କ ନିକଟରେ ଯୁକ୍ତି ରଖିଥିଲେ ବି କୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ । ଏନସିବି ପକ୍ଷରୁ ସ୍ବତନ୍ତ୍ର ସରକାର ଓକିଲ ଅଦ୍ବୈତ ସେଥାନା ଆରୟନ ଓ ଅନ୍ୟମାନଙ୍କ ଜାମିନକୁ ବିରୋଧ କରିଥିଲେ ।

NCB shows Shahrukh Khan's son Aryan's chats to judge, gets custody till Oct 7 | Mumbai news - Hindustan Times
www.hindustantimes.com

ଏନସିବି ପକ୍ଷରୁ କୁହାଯାଇଥିଲା ଯେ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହିତ ଚାଟ କରିଥିଲେ ବୋଲି ପ୍ରମାଣ ଏନସିବି ହାତରେ ଲାଗିଛି। ଏହି ଚାଟରେ ଆରୟନ ବଲିଉଡ ଅଭିନେତ୍ରୀଙ୍କ ସହିତ ନିଶା କାରବାରକୁ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଏଥିସହିତ ଆରୟନ ଅନେକ ଡ୍ରଗ୍ଦ ପେଡଲରଙ୍କ ସହିତ ବି କଥା ହୋଇଥିବା ଜଣାଇ ସେ ସବୁର ପ୍ରମାଣ ଅଦାଲତକୁ ଦେଇଥିଲା ଏନସିବି। ତେବେ ଦିନକୁ ଦିନ ଆରୟନଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାରୁ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରି ତଦନ୍ତ ପାଇଁ ଏନସିବିକୁ ଆଉ କିଛି ଦିନ ସମୟ ଦେଇଛନ୍ତି।

ସମ୍ବନ୍ଧିତ ଖବର