ଶାହରୁଖ ଖାନ ‘ଆକ୍ରୋଶ’ର ଶିକାର ହୋଇଛନ୍ତି: ମମତା ବାନାର୍ଜୀ

ମୁମ୍ବାଇ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ମୁମ୍ବାଇରେ ମେଗାଷ୍ଟାର ଶାହରୁଖ ଖାନ୍‌ ଏକ ‘ଆକ୍ରୋଶର ଶିକାର’ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ହାମ୍‌ଲା କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଏହାକୁ ଏକ ନିଷ୍ଠୁର ଏବଂ ଅଗଣତାନ୍ତ୍ରିକ ଦଳ ବୋଲି କହଛନ୍ତି।

ଏକ ଦୁଇଦିନିଆ ମହାରାଷ୍ଟ୍ର ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ଆଜି ମୁମ୍ବାଇ ଠାରେ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବା ଅବସରରେ କହିଛନ୍ତି ଯେ ଆମେ ଏକ ନିଷ୍ଠୁର ଅଗଣତାନ୍ତ୍ରିକ ଦଳର ସମ୍ମୁଖୀନ ହୋଇଛୁ। ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ ମେଗାଷ୍ଟାର ଶାହରୁଖ ରାଜନୈତିକ ଆକ୍ରୋଶର ଶିକାର ହୋଇଛନ୍ତି। ଏପ୍ରକାର ସ୍ଥିତିକୁ ଯଦି ଆମକୁ ଜିତିବାକୁ ପଡିବ, ତେବେ ଆମକୁ ଯୁଦ୍ଧ କରିବାକୁ ପଡିବ ଏବଂ ଆପଣମାନଙ୍କୁ ଯେଉଁଠାରେ ସମ୍ଭବ ଯାହା ସତ୍ୟ ତାହା କହିବାକୁ ପଡିବ। ଆପଣ ଆମକୁ ମାର୍ଗଦର୍ଶନ କରନ୍ତି ଏବଂ ଏକ ରାଜନୈତିକ ଦଳ ଭାବରେ ଆମକୁ ପରାମର୍ଶ ଦିଅନ୍ତି ବୋଲି ଶ୍ରୀମତୀ ବାନାର୍ଜୀ ସଭାରେ ଉପସ୍ଥିତ ଥିବା ବୁଦ୍ଧିଜୀବୀମାନଙ୍କୁ ସମ୍ବୋଧନ କରି କହିଛନ୍ତି।

ଆଜିର ବୁଦ୍ଧିଜୀବୀ ସମ୍ମିଳନୀରେ ହାଇକୋର୍ଟର ପୂର୍ବତନ ବିଚାରପତି ଶଫି ପରକର ଏବଂ ଅଭୟ ତିପ୍ସେ, ତୁଷାର ଗାନ୍ଧୀ, ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ସେତାଲବଦ୍‌ ଏବଂ ମେଧା ପାଟକର, ପୂର୍ବତନ କଂଗ୍ରେସ ନେତା ସଞ୍ଜୟ ଝା, ସୁଧେନ୍ଦ୍ର କୁଲକର୍ଣ୍ଣି, ଶତ୍ରୁଘ୍ନ ସିହ୍ନା, ଲେଖକ ଶୋଭା ଦେ ଏବଂ ସ୍ୱରା ଭାସ୍କର, ରାହୁଲ ବୋଷ ଏବଂ କୋଙ୍କୋନା ସେନ୍‌ ଶର୍ମାଙ୍କ ସମେତ ବଲିଉଡର ବହୁ କଳାକାର ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର