ମକ୍କାରେ ଶାହରୁଖଙ୍କ ‘ଉମରା’

ମୁମ୍ବାଇ : ସାଉଦି ଆରବରେ ଚଳଚ୍ଚିତ୍ର ‘ଡଙ୍କି’ର ସୁଟିଂ ଶେଷ କରିବା ପରେ ଶାହରୁଖ ଖାନ ତାଙ୍କର ଆଧ୍ୟାତ୍ମିକ ଦିଗକୁ ଗ୍ରହଣ କରିଛନ୍ତି। ମକ୍କାରେ ସେ ‘ଉମରା’ କରିଛନ୍ତି। ଉମରା ବା ସ୍ବତନ୍ତ୍ର ପ୍ରାର୍ଥନା ହଜ୍ ତୀର୍ଥଯାତ୍ରା ଠାରୁ ଭିନ୍ନ। ଯାହା ଇସଲାମିକ୍ ଚନ୍ଦ୍ର କ୍ୟାଲେଣ୍ଡରର ନିର୍ଦ୍ଦିଷ୍ଟ ତାରିଖ ଅନୁଯାୟୀ କରାଯାଇଥାଏ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋ ଏବଂ ଭିଡିଓଗୁଡ଼ିକରେ ଶାହରୁଖ ଧଳା ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। କୋଭିଡ-ସୁରକ୍ଷା ପ୍ରୋଟକଲ ସହିତ ମୁହଁରେ ଏକ ମାସ୍କ୍‌ ପିନ୍ଧିଥିଲେ। ‘ରିଡା’ ପିନ୍ଧିଥିଲେ ଏବଂ ଅଣ୍ଟାରେ ‘ଇଜାର’ ଗୁଡ଼ାଇଥିଲେ।

ସମ୍ବନ୍ଧିତ ଖବର