ଉତ୍ତର-ପୂର୍ବ ଭାରତ ସହ ମହାଭାରତର ରହିଛି ଘନିଷ୍ଠ ସଂପର୍କ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଗୌହାଟୀ: କିଭଳି ଥିଲା ମହାଭାରତ ସହ ଉତ୍ତରପୂର୍ବ ଭାରତର ସମ୍ପର୍କ ଆଜି ଏ ବାବଦରେ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା | ଉତ୍ତର ପୂର୍ବ କାଉନ୍ସିଲର ବୈଠକରେ ଯୋଗ ଦେଇ ଶାହା କହିଛନ୍ତି ଯେ ମହାଭାରତ ଯୁଦ୍ଧର ବବରୁବାହନ ଓ ଭୀମଙ୍କ ପୁଅ ଘଟୋକ୍ତଚ ଉଭୟ ଉତ୍ତରପୂର୍ବ ଭାରତର ହୋଇଥିବାବେଳେ ଗାଣ୍ଡୀବଧାରି ଅର୍ଜୁନଙ୍କର ବିବାହ ମଧ୍ୟ ମଣିପୁରରେ ହୋଇଥିଲା | ସେହିପରି ଶ୍ରୀ କୃଷ୍ଣଙ୍କର ନାତିର ବିବାହ ମଧ୍ୟ ଉତ୍ତର-ପୂର୍ବ ଭାରତରେ ହୋଇଥିଲା |

ଏଠାରେ ସୂଚନା ଥାଉ କି ଆସାମରେ ଏନଆରସି ତାଲିକା ପ୍ରକାଶ ପାଇବା ପରେ ଗୃହ ମନ୍ତ୍ରୀ ପ୍ରଥମ ଥର ପାଇଁ ଆସାମ ଗସ୍ତରେ ଯାଇଛନ୍ତି | ଆଜି ପୂର୍ବୋତ୍ତର ପରିଷଦ ବୈଠକରେ ଶାହା କହିଛନ୍ତି ଯେ ଅନୁଛେଦ ୩୭୧ ଏକ ବିଶେଷ ବ୍ୟବସ୍ଥା ହୋଇଥିବାବେଳେ ବିଜେପି ସରକାର ଅନୁଛେଦ ୩୭୧କୁ ସମ୍ମାନ ଦେଇଥାଏ ଏବଂ କୌଣସି ପ୍ରକାର ପରିବର୍ତ୍ତନ କରିବ ନାହିଁ |

ପ୍ରକୃତରେ ଏହି ବୈଠକ ଅଗଷ୍ଟ ୪ ତାରିଖରେ ହେବାକୁ ଥିଲା | କିନ୍ତୁ ଅଗଷ୍ଟ ୫ ତାରିଖରେ ଅନୁଛେଦ ୩୭୦ ହଟାଇବାକୁ ଯୋଜନା କରାଯାଇଥିବାରୁ ଏହି ବୈଠକକୁ ରଦ୍ଦ କରାଯାଇଥିଲା | ଏହି ବୈଠକରେ ପୂର୍ବ ଭାରତର ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ସାମିଲ ହୋଇଛନ୍ତି | ଏହି ଅଵସରରେ ଶାହା ପୂର୍ବ ଭାରତରେ ଚାଲିଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିବେ |

ସମ୍ବନ୍ଧିତ ଖବର