କୋଲକାତା: ମମତା ବାନାର୍ଜୀଙ୍କ ଦୁର୍ଗ ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି କିଭଳି ଜିତାପଟ ହାସଲ କରିବ ସେ ନେଇ ପ୍ରୟାସ ଆରମ୍ଭ ହୋଇଯାଇଛି | ପଶ୍ଚିମବଙ୍ଗକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ମମତାଙ୍କ ସରକାର ଶେଷ ହେବାକୁ ଯାଉଛି | ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ବିଜେପିକୁ ଥରେ ସୁଯୋଗ ଦିଅନ୍ତୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସୁନାର ବଙ୍ଗଳା ସୃଷ୍ଟି କରିବାକୁ ଆଗାମୀ ଦିନରେ ଯଥାସାଧ୍ୟ ଚେଷ୍ଟା କରିବୁ।
ଅମିତ ଶାହା କହିଛନ୍ତି ଯେ ଗୋଟିଏ ପଟେ ମମତା ସରକାରକୁ ନେଇ ପଶ୍ଚିମବଙ୍ଗ ଲୋକଙ୍କ ମଧ୍ୟରେ ଅତ୍ୟନ୍ତ କ୍ରୋଧ ରହିଛି ଏବଂ ଅନ୍ୟ ପଟେ ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା ଏବଂ ସମ୍ମାନ ରହିଛି। ପଶ୍ଚିମବଙ୍ଗକୁ କେନ୍ଦ୍ର ସରକାର ପଠାଇଥିବା ଟଙ୍କା ଏଠାକାର ଲୋକଙ୍କ ପାଖରେ ପହଞ୍ଚୁନାହିଁ। ପଶ୍ଚିମବଙ୍ଗର ଯୁବକମାନଙ୍କୁ ଚାକିରି ସହ ଏଠାକାର ଗରିବ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ପାଇଁ ମମତା ସରକାରକୁ ଉପାଡି ଫିଙ୍ଗିଦେବାକୁ ସେ ଆହ୍ୱାନ ଦେଇଛନ୍ତି |
The relief being sent by Modi govt is not reaching the poor & marginalised in Bengal.
Tribals have not received money for houses, farmers are not getting ₹6000/year and nor poor families have got ₹5lakh health cover.
Mamata govt has not implemented 80+ schemes of Modi govt. pic.twitter.com/W6QmsprGZN
— Amit Shah (@AmitShah) November 5, 2020
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ମମତା ସରକାର ଜାଣିଶୁଣି କେନ୍ଦ୍ରର ଯୋଜନାକୁ ବନ୍ଦ କରୁଛନ୍ତି। ପଶ୍ଚିମବଙ୍ଗରେ ଚାଷୀଙ୍କୁ ଛଅ ହଜାର ଟଙ୍କା ମିଳୁନଥିବାବେଳେ, ଗରିବ ଲୋକଙ୍କୁ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ସୁବିଧା ଦିଆଯାଉ ନାହିଁ। ଗରିବ,ଆଦିବାସୀ ତଥା ପଛୁଆବର୍ଗଙ୍କ ପାଇଁ ଭାରତ ସରକାରଙ୍କର ୮୦ ରୁ ଅଧିକ ଯୋଜନା ଥିବାବେଳେ ମମତା ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଦେଉନାହାଁନ୍ତି । ଯଦି ଏସବୁ ଯୋଜନାକୁ ବନ୍ଦ କରିଦେଲେ ବିଜେପିକୁ ରୋକିହେବ ବୋଲି ମମତା ଭାବୁଛନ୍ତି ତେବେ ଏହା ଏକ ଭୁଲ ଚିନ୍ତାଧାରା ବୋଲି ଶାହା କହିଛନ୍ତି |