ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଲୱାମାରେ ଏକ ସିଆରପିଏଫ୍ ଶିବିରରେ ଗତରାତି କଟାଇଛନ୍ତି। ଶାହ ଯବାନମାନଙ୍କ ସହ ରାତିରେ ଭୋଜନ କରିବା ସହ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ୨୦୧୯ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଆଜି ଶାହ ଏବଂ ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶାହ କହିଛନ୍ତି, ସିଆରପିଏଫ୍ ଶିବିରରେ ରାତି କଟାଇବା ତାଙ୍କ ଜମ୍ମୁ କାଶ୍ମୀର ଗସ୍ତର ଶେଷ ଓ ସବୁଠୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। ଜମ୍ମୁ କାଶ୍ମୀରରେ ଆଇନ ଶୃଙ୍ଖଳା ସ୍ଥିତି ସୁଧୁରିଛି ଏବଂ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ୨୦୧୯ ଅଗଷ୍ଟ ମାସରେ ଧାରା ୩୭୦ ଉଚ୍ଛେଦ ହେବାପରେ ଶାନ୍ତି ବଜାୟ ରଖିବାରେ ସପଳ ହୋଇଥିବା ସିଆରପିଏଫ୍ ଏବଂ ଅନ୍ୟ ସୁରକ୍ଷା ବାହିନୀକୁ ଗୃହମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶାହ କହିଛନ୍ତି ୨୦୦୪-୧୬ ମଧ୍ୟରେ ପ୍ରତିବର୍ଷ ହାରାହାରି ୨୦୮ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଉଥିଲା ଏବଂ ୧୦୫ ସୁରକ୍ଷାକର୍ମୀ ସହିଦ ହେଉଥିଲେ। ୨୦୧୪-୨୧ମଧ୍ୟରେ ପ୍ରତିବର୍ଷ ହାରାହାରି ୬୦ ଯବାନ ସହିଦ ହୋଇଛନ୍ତି ଏବଂ ୩୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଜମ୍ମୁ କାଶ୍ମୀର ଲୋକ ଗ୍ରହଣ କରିଛନ୍ତି ବୋଲି ଶାହ କହିଛନ୍ତି।
ସିଆର୍ପିଏଫ୍ ଶିବିରରେ ରାତି କାଟିଲେ ଶାହ, ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ
/sambad/media/post_attachments/wp-content/uploads/2021/10/65g4j9dg7dg32jdg65j465dggjdjdgjgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)