ବେଙ୍ଗାଲୁରୁ: ଚଳିତ ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଆଉ ଏଥିପାଇଁ କଂଗ୍ରେସ, ଜେଡିଏସ ସମେତ ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଥିବାବେଳେ ଦଳ ପୁନର୍ବାର ଫେରିବାକୁ ଚେଷ୍ଟା କରୁଛି। ଏହି ପର୍ଯ୍ୟାୟରେ ଦଳର ଭେଟେରାନ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କର୍ଣ୍ଣାଟକରେ ପହଞ୍ଚିଥିଲେ । ଗୃହମନ୍ତ୍ରୀ ବେଲାରୀରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି ରାଲିରେ ସେ କଂଗ୍ରେସ ଏବଂ ଜେଡିଏସ ଉପରେ କଡ଼ା ଆକ୍ରମଣ କରିଥିଲେ। ବେଲାରୀ ରାଲିରେ ଅମିତ ଶାହା କଂଗ୍ରେସରେ ଚାଲିଥିବା ବିବାଦକୁ ନେଇ କଟାକ୍ଷ କରି କହିଛନ୍ତି ଯେ ଉଭୟ ଡି.କେ ଶିବକୁମାର ଏବଂ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଲଢ଼ୁଛନ୍ତି । କର୍ଣ୍ଣାଟକ ସେମାନଙ୍କ ସଂଗ୍ରାମରୁ ଲାଭ ପାଇବ ନାହିଁ। ଶାହା ଆହୁରି କହିଛନ୍ତି, "ଯଦି କର୍ଣ୍ଣାଟକର କଲ୍ୟାଣ କରିବାକୁ ଚାଁହୁଛନ୍ତି, ତେବେ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ପଡ଼ିବ। କେବଳ ସେତେବେଳେ ରାଜ୍ୟର ବିକାଶ ହେବ।"

Advertisment

publive-image

ଶାହ କର୍ଣ୍ଣାଟକରେ ପରିବାରବାଦକୁ ନେଇ କଡ଼ା ଆକ୍ରମଣ କରିଥିଲେ। ଶାହା କହିଛନ୍ତି, "କଂଗ୍ରେସ ଏବଂ ଜେଡିଏସ୍ ଉଭୟ ପରିବାରବାଦ ଦଳ। ଜେଡିଏସକୁ ଦିଆଯାଇଥିବା ଆପଣଙ୍କର ପ୍ରତ୍ୟେକ ଭୋଟ୍ କଂଗ୍ରେସକୁ ଯିବ | କେବଳ ବିଜେପି ସରକାର ହିଁ ରାଜ୍ୟ ବିକାଶ କରିପାରିବେ ବୋଲି ସେ ଦାବି କରିଛନ୍ତି'। ସେ ଆହୁରି ମଧ୍ୟ କହିଛନ୍ତି, "କଂଗ୍ରେସ ଦଳ ବର୍ଷ ବର୍ଷ ଧରି ରାମ ମନ୍ଦିରକୁ ଅଟକାଇବା ପାଇଁ କାର୍ଯ୍ୟ କରିଆସୁଥିଲା । ମୋଦୀ ରାମ ମନ୍ଦିରର ମୂଳଦୁଆ ପକାଇଛନ୍ତି।" କଂଗ୍ରେସକୁ ଟାର୍ଗେଟ କରି ଗୃହମନ୍ତ୍ରୀ କହିଛନ୍ତି, "ପୂର୍ବରୁ ଯେତେବେଳେ ପାକିସ୍ତାନରୁ ଆକ୍ରମଣ ହେଉଥିଲା, ସେତେବେଳେ କୌଣସି ପ୍ରତିକ୍ରିୟା ଦିଆଯାଉନ ଥିଲା। ଯେତେବେଳେ ମୋଦୀଙ୍କ ଶାସନ କାଳରେ ପାକିସ୍ତାନ ଆକ୍ରମଣ କରିଥିଲା, ସେତେବେଳେ ଏହାର ଉପଯୁକ୍ତ ଉତ୍ତର ମିଳିଥିଲା।" ଉଲ୍ଲେଖ ଥାଉ କି ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ବିଜେପି ନିଜର ସକ୍ରିୟତା ବୃଦ୍ଧି କରିଛି । ଦିଲ୍ଲୀର ଅନେକ ନେତା କ୍ରମାଗତ ଭାବେ କର୍ଣ୍ଣାଟକ ଗସ୍ତ କରୁଛନ୍ତି। ଫେବୃଆରୀ ୧୮-୧୯ ରେ ବିଜେପି ସଭାପତି ଜେ.ପି ନାଡା କର୍ଣ୍ଣାଟକରେ ପହଞ୍ଚିଥିଲେ। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭ ଫେବୃଆରୀରେ କର୍ଣ୍ଣାଟକ ଗସ୍ତ କରିବେ। ଏହି ସମୟରେ ମୋଦୀ ମଧ୍ୟ ଶିବାମୋଗା ବିମାନବନ୍ଦରର ଉଦଘାଟନ କରିବେ।