ଯଦି ଯମୁନା ସ୍ଵଛ ହୋଇଛି ତେବେ କେଜ୍ରିୱାଲ ସନ୍ତରଣ କରି ଦେଖାନ୍ତୁ: ଶାହା

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି | କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି | ସୋମବାର ଦିନ ଗୃହ ମନ୍ତ୍ରୀ ଦିଲ୍ଲୀର ରାଜେନ୍ଦ୍ର ନଗର ଓ ଗ୍ରେଟର କୈଳାଶ ଅଂଚଳରେ କହିଛନ୍ତି ଯେ କେଜ୍ରିୱାଲ କେବଳ ମିଛ ପ୍ରତିଶୃତି ହିଁ ଦେଇଛନ୍ତି | ଯମୁନା ନଦୀକୁ ସଫା କରିଥିବା ନେଇ କେଜ୍ରିୱାଲ ଦାବି କରିଥିବାବେଳେ ଏହା କିନ୍ତୁ ସତ ନୁହେଁ |

ଯଦି ଯମୁନା ନଦୀ ସଫା ଅଛି ତେବେ କେଜ୍ରିୱାଲ ସେଠାରେ ସନ୍ତରଣ କରି ଦେଖାନ୍ତୁ ବୋଲି ଶାହା କହିଛନ୍ତି | ଶାହା କହିଥିଲେ ଯେ କେଜ୍ରିୱାଲ ୫ ବର୍ଷ ମଧ୍ୟରେ ଦିଲ୍ଲୀର ଜନତାଙ୍କୁ କେବଳ ଧୋକା ଦେଇଛନ୍ତି | ଲୋକଙ୍କୁ ସଫା ପାଣି ଯୋଗାଯାଇଥିବାର କହିଥିବାବେଳେ ଏଭଳି ହୋଇନାହିଁ | ଏବେ ବି ଦିଲ୍ଲୀବାସୀ ଅପରିଷ୍କାର ପାଣି ହିଁ ବ୍ୟବହାର କରୁଛନ୍ତି | ଯମୁନା ନଦୀ ପରିଷ୍କାର କରିବା କଥା କେଜ୍ରିୱାଲ କହିଥିବାବେଳେ ବାସ୍ତବରେ ତାହା ହୋଇନାହିଁ |

ଯଦି ଯମୁନା ନଦୀ ପରିଷ୍କାର ଅଛି ତେବେ କେଜ୍ରିୱାଲ ଏଠାରେ ସନ୍ତରଣ କରି ଦେଖାନ୍ତୁ ବୋଲି ଶାହା ଆହ୍ୱାନ ଦେଇଛନ୍ତି | ନଦୀକୁ କେମିତି ସଫା କରାଯାଏ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ କରି ଦେଖାଇଛନ୍ତି ବୋଲି ଶାହା କହିଛନ୍ତି |

ସମ୍ବନ୍ଧିତ ଖବର