ପାଟନା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବିହାର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡା ଟାର୍ଗେଟ କରିଛନ୍ତି | ଅମିତ ଶାହା ନୱାଡାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଏପରି ବିବୃତ୍ତି ଦେଇଛନ୍ତି ଯେ ଯାହାକୁ ନେଇ ରାଜନୀତି ସରଗରମ ହୋଇଯାଇଛି | ସେ କହିଛନ୍ତି ଯେ ନୀତୀଶ କୁମାରଙ୍କ ପାଇଁ ବିଜେପିର କବାଟ ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଜେଡିୟୁ ନେତା ଲଲନ ସିଂଙ୍କୁ ଆକ୍ରମଣ କରି ଅମିତ ଶାହା କହିଛନ୍ତି, “ଯଦି ଆପଣ ଭାବୁଛନ୍ତି ଯେ ପୁଣି ବିଜେପିର ସମର୍ଥନ ପାଇବ, ତେବେ ଏହାକୁ ଭୁଲିଯାଅ | ଆପଣଙ୍କ ପାଇଁ ବିଜେପିର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ଅମିତ ଶାହା ଆହୁରି କହିଛନ୍ତି, "ମୁଁ ବିହାରର ଲୋକଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆମେ ନୀତୀଶ କୁମାରଙ୍କ ସହ ଆଉ କେବେ ବି ଗଠବନ୍ଧନ କରିବୁ ନାହିଁ ।

Advertisment

ଅନ୍ୟପକ୍ଷରେ ଅମିତ ଶାହା ସାସାରାମ ଏବଂ ନାଳନ୍ଦା ହିଂସା ବିଷୟରେ କହିଛନ୍ତି ଯେ ମୁଁ ଲୋକମାନଙ୍କୁ କହିବାକୁ ଚାହୁଁଛି ୨୦୨୪ରେ ବିହାରରୁ ବିଜେପିକୁ ୪୦ ଟି ଆସନ ଦିଅନ୍ତୁ ଏବଂ ୨୦୨୫ରେ ବିଜେପି ସରକାର ଗଠନ କରନ୍ତୁ ଦଙ୍ଗାକାରୀଙ୍କୁ ଓଲଟ ଝୁଲାଇ ସିଧା କରିଦେବୁ | ଏହି ସମୟରେ ସେ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ କହିଥିଲେ,ଯେ “ନୀତୀଶ ବାବୁଙ୍କୁ କ୍ଷମତାର ଲୋଭ ଲାଲୁଙ୍କ କୋଳରେ ବସିବାକୁ ବାଧ୍ୟ କଲା। ମୁଁ ଏପରି ସ୍ୱାର୍ଥପର ସରକାର ଦେଖି ନାହିଁ। ମୁଁ ଲାଲୁ ଜୀଙ୍କୁ ମଧ୍ୟ କହିବାକୁ ଆସିଛି ଯେ ନୀତୀଶ ପ୍ରଧାନମନ୍ତ୍ରୀ ହେବାକୁ ଯାଉନାହାଁନ୍ତି। ଯଦି ମୋଦୀ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ନୀତୀଶ ଆପଣଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବେ ନାହିଁ। ବିହାରର ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ ବିହାରର ସମସ୍ତ ୪୦ଟି ଆସନରେ ପଦ୍ମଫୁଲ ଫୁଟାଇବେ |