ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିଲ୍ଲୀରେ ଏବେ ରାଜନୈତିକ ଉଷ୍ଣତା ବଢ଼ିଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବେ ପୁଣି ଥରେ ଦିଲ୍ଲୀରେ ବିଭିନ୍ନ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀରେ ସରକାରୀ ସ୍କୁଲ୍ଗୁଡ଼ିକ କିଭଳି ଦୟନୀୟ ସ୍ଥିତିରେ ରହିଛି ସେନେଇ ଶାହ ଏକ ଭିଡିଓ ଜାରି କରିଥିଲେ। ତେବେ କେଜ୍ରିୱାଲ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବିଜେପି ଅତ୍ୟନ୍ତ ଅର୍ଥହୀନ ଦାବି କରୁଛି। ବିଜେପି ଦ୍ବାରା ଭିଡିଓରେ ଯେଉଁ ସ୍କୁଲ୍ ଦେଖାଯାଇଛି ସେଗୁଡ଼ିକ ବନ୍ଦ ହୋଇସାରିଛି ଏବଂ ଏବେ ଏହି ସବୁ ସ୍କୁଲ୍ ପାଇଁ ନୂଆ କୋଠା ନିର୍ମାଣ ସରିଛି। ଶାହ ନକଲି ଭିଡିଓ ପୋଷ୍ଟ କରିଥିବାରୁ ତାଙ୍କ ବିରୋଧରେ ୪୮ ଘଣ୍ଟା ପ୍ରଚାର କଟକଣା ଲଗାଇବାପାଇଁ ଆପ୍ ଚାହିଛି। ଅନ୍ୟପକ୍ଷେ ଶାହ ପୁଣିଥରେ କେଜ୍ରିୱାଲ୍ଙ୍କୁ ଚ୍ୟାଲେଂଜ କରିଛନ୍ତି। କେଜ୍ରିୱାଲ୍ ନିଜର ସାର୍ଟ କାଢ଼ି ଯମୁନା ନଦୀରେ ସ୍ନାନ କରନ୍ତୁ। ଆପ୍ ପକ୍ଷରୁ କୁହାଯାଇଥିଲା ଯେ ଯମୁନା ନଦୀର ଜଳ ସଫା କରାଯିବ କିନ୍ତୁ ଯମୁନା ଏବେ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ। କେଜ୍ରିୱାଲ୍ ନିଜର ସାର୍ଟ କାଢ଼ି ଯମୁନା ନଦୀରେ ସ୍ନାନ କଲେ ହିଁ ଅସଲ ସ୍ଥିତି ଜାଣିପାରିବେ ବୋଲି ଶାହ ଆଜି ନଜଫଗଡ଼ରେ ଏକ ରୢାଲିରେ କହିଛନ୍ତି।
ଶାହଙ୍କ ବିରୋଧରେ ୪୮ ଘଣ୍ଟା ପ୍ରଚାର କଟକଣା ଦାବି କଲା ଆପ୍
/sambad/media/post_attachments/wp-content/uploads/2020/01/amit-shah-kejriwal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)