ବିରୋଧୀଙ୍କୁ ଶାହଙ୍କ ତାଚ୍ଛଲ୍ୟ, ଯେତେ ବିରୋଧ କରୁଛ କର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ଏବେ ସମଗ୍ର ଦେଶରେ ବିରୋଧ ଜାରି ରହିଥିବାବେଳେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ବିରୋଧୀମାନଙ୍କୁ ତାଚ୍ଛଲ୍ୟ କରିଛନ୍ତି। ଏହି ଆଇନ୍‌କୁ ଯେତେ ବିରୋଧ କରୁଛ କର ବୋଲି ଶାହ ବିରୋଧୀମାନଙ୍କୁ ଆହ୍ବାନ ଜଣାଇଛନ୍ତି। ପଶ୍ଚିମ ଦିଲ୍ଲୀର ଭାରତ ବନ୍ଦନା ପାର୍କ‌ର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି ଯେ, ବିରୋଧୀମାନେ ରାଜନୀତି କରିବା ଉଦ୍ଦେଶ୍ୟରେ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରୁଛନ୍ତି। ମାତ୍ର ଲୋକେ ବିରୋଧୀଙ୍କ ସହ ନାହାନ୍ତି। ଯେଉଁମାନେ ବର୍ଷ ବର୍ଷ ଧରି ଦେଶର ନାଗରିକତାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ଏହି ଆଇନ୍‌ ସହାୟକ ହେବ। ପାକିସ୍ତାନ, ବାଂଲାଦେଶ, ଆଫ୍‌ଗାନିସ୍ତାନ ଭଳି ମୁସଲମାନବହୁଳ ଦେଶରୁ ଚାଲି ଆସିଥିବା ସଂଖ୍ୟାଲଘୁମାନଙ୍କୁ ‌ଦେଶର ନାଗରିକତା ମାନ୍ୟତା ଦେବାରେ ଭୁଲ୍‌ କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି। ବିରୋଧୀମାନେ ‌ଲୋକଙ୍କୁ ଭୁଲ୍‌ ରାସ୍ତାରେ ନେବାକୁ ଉଦ୍ୟମ କରୁଛନ୍ତି ବୋଲି ଶାହ କହିଛନ୍ତି। ଦେଶର କୌଣସି ବି ଜଣେ ନାଗରିକର ଅଧିକାରକୁ ଛିନ୍ନ କରାଯିବନାହିଁ ବୋଲି ଶାହା ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର