ନୂଆଦିଲ୍ଲୀ : କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର (୧୮ ସେପ୍ଟେମ୍ବର ୨୦୨୫) ଦିନ ଭୋଟ ଚୋରି ଅଭିଯୋଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ରାହୁଲଙ୍କ ଭୋଟର ଅଧିକାର ଯାତ୍ରାକୁ ‘ଅନୁପ୍ରବେଶକାରୀ ବଞ୍ଚାଓ ଯାତ୍ରା’ ବୋଲି ଅଭିହିତ କରିଛନ୍ତି। ବିହାରର ରୋହତାସରେ କର୍ମୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ କଂଗ୍ରେସ ପାର୍ଟି ବିକାଶର ପ୍ରସଙ୍ଗକୁ ଅଣଦେଖା କରି ବାଂଲାଦେଶରୁ ଆସୁଥିବା ଅବୈଧ ଅନୁପ୍ରବେଶକାରୀମାନଙ୍କୁ ସୁରକ୍ଷା ଦେବାରେ ଲାଗିଛି ।
ଶାହ କହିଛନ୍ତି, “କଂଗ୍ରେସ ପ୍ରତିଥର ମିଥ୍ୟା ବାଖ୍ୟାନ ପ୍ରଚାର କରେ। ରାହୁଲ ଗାନ୍ଧୀ ଗୋଟିଏ ଯାତ୍ରା କରିଥିଲେ... ତାଙ୍କ ଯାତ୍ରାର ବିଷୟ ପ୍ରକୃତରେ ଭୋଟ ଚୋରି ନଥିଲା, ଉତ୍ତମ ଶିକ୍ଷା, ରୋଜଗାର, ବିଜୁଳି, ରାସ୍ତା ମଧ୍ୟ ନଥିଲା, ବରଂ ଉଦ୍ଦେଶ୍ୟ ଥିଲା ବାଂଲାଦେଶରୁ ଆସିଥିବା ଅବୈଧ ଅନୁପ୍ରବେଶକାରୀମାନଙ୍କୁ ବଞ୍ଚାଇବା
ଶାହ କହିଛନ୍ତି, “କଂଗ୍ରେସ ପ୍ରତିଥର ମିଥ୍ୟା ବାଖ୍ୟାନ ପ୍ରଚାର କରେ। ରାହୁଲ ଗାନ୍ଧୀ ଗୋଟିଏ ଯାତ୍ରା କରିଥିଲେ... ତାଙ୍କ ଯାତ୍ରାର ବିଷୟ ପ୍ରକୃତରେ ଭୋଟ ଚୋରି ନଥିଲା, ଉତ୍ତମ ଶିକ୍ଷା, ରୋଜଗାର, ବିଜୁଳି, ରାସ୍ତା ମଧ୍ୟ ନଥିଲା, ବରଂ ଉଦ୍ଦେଶ୍ୟ ଥିଲା ବାଂଲାଦେଶରୁ ଆସିଥିବା ଅବୈଧ ଅନୁପ୍ରବେଶକାରୀମାନଙ୍କୁ ବଞ୍ଚାଇବା । ଏହା ଥିଲା ରାହୁଲ ଗାନ୍ଧୀଙ୍କର ‘ଅନୁପ୍ରବେଶକାରୀ ବଞ୍ଚାଓ ଯାତ୍ରା’।”କଂଗ୍ରେସର ଯାତ୍ରା ଉପରେ ପ୍ରଶ୍ନ ଉଠାଇ ଗୃହମନ୍ତ୍ରୀ ଅମିତ ଶାହ ପଚାରିଛନ୍ତି, “ଅନୁପ୍ରବେଶକାରୀମାନଙ୍କୁ କ’ଣ ଭୋଟ ଦେବାର ଅଧିକାର କିମ୍ବା ମାଗଣା ରାସନ ମିଳିବା ଉଚିତ? ଅନୁପ୍ରବେଶକାରୀମାନଙ୍କୁ କ’ଣ ଚାକିରୀ, ଘର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମିଳିବା ଉଚିତ? ଆମର ଯୁବକମାନଙ୍କ ବଦଳରେ ରାହୁଲ ଗାନ୍ଧୀ ଭୋଟ ବ୍ୟାଙ୍କ ଅନୁପ୍ରବେଶକାରୀମାନଙ୍କୁ ଚାକିରୀ ଦେଉଛନ୍ତି।”