ମୁମ୍ବାଇ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବେ ମୁମ୍ବାଇ ଗସ୍ତରେ ଅଛନ୍ତି। ରବିବାର ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚିଥିବା ଶାହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ସହ ଆଜି ମୁମ୍ବାଇର ଲାଲ୍ବାଗଚା ରାଜା ସମେତ କେତେକ ପ୍ରସିଦ୍ଧ ଗଣେଶ ପୂଜା ପେଣ୍ଡାଲ ବୁଲିଛନ୍ତି। ଶାହ ଏବେ ମୁମ୍ବାଇରେ ୨ ଦିନ ରହିବେ। ମୁମ୍ବାଇ ଗସ୍ତ ଅବସରରେ ଶାହ ଆଜି ମୁମ୍ବାଇରେ ଦଳୀୟ ନେତାମାନଙ୍କ ସହ ଏକ ବୈଠକ କରିଛନ୍ତି। ବିଜେପି ବୈଠକରେ ଶାହ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା ନେତା ଉଦ୍ଧବ ଠାକ୍ରେଙ୍କ ବିରୋଧରେ ବର୍ଷିଛନ୍ତି। ଶାହ କହିଛନ୍ତି, ଠାକ୍ରେ ବିଜେପିକୁ ଧୋକ୍କା ଦେଇଛନ୍ତି ଏବଂ ଠାକ୍ରେଙ୍କୁ ଏକ ଶିକ୍ଷା ଦେବା ଉଚିତ। ଠାକ୍ରେ କେବଳ ବିଜେପିକୁ ଧୋକ୍କା ଦେଇନାହାନ୍ତି ବରଂ ମହାରାଷ୍ଟ୍ରରେ ଜନମତକୁ ଅସମ୍ମାନ କରିଛନ୍ତି। ଶାହ କହିଛନ୍ତି, ରାଜନୀତିରେ ଆମେ ସବୁ ସହ୍ୟ କରିପାରିବୁ କିନ୍ତୁ ବିଶ୍ବାସଘାତକତା ସହ୍ୟ କରିପାରିବୁନି। ରାଜନୀତିରେ ଯେଉଁମାନେ ଧୋକ୍କା ଦେଇଛନ୍ତି ସେମାନଙ୍କୁ ଦଣ୍ଡ ମିଳିବ।
ମୁମ୍ବାଇରେ ପୂଜା ପେଣ୍ଡାଲ ବୁଲିଲେ ଶାହ
/sambad/media/post_attachments/wp-content/uploads/2022/09/211fhf32132fhfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)