ଜୟପୁର: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଟି-ସାର୍ଟକୁ ପ୍ରସଙ୍ଗ କରିଥିବା ବିଜେପି ଉପରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବର୍ଷିଛନ୍ତି। ଚୁରୁରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଗେହଲଟ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରାରେ ସେମାନଙ୍କ ସମସ୍ୟା କ’ଣ। ସେମାନେ ରାହୁଲ ଗାନ୍ଧିଙ୍କ ଟି-ସାର୍ଟ କଥା କହୁଛନ୍ତି। କିନ୍ତୁ ସେମାନେ ନିଜେ ଅଢ଼େଇ ଲକ୍ଷ ଟଙ୍କାର ସନଗ୍ଲାସ ଏବଂ ଗୃହ ମନ୍ତ୍ରୀ ୮୦ ହଜାର ଟଙ୍କାର ମଫଲର ପିନ୍ଧୁଛନ୍ତି। କଂଗ୍ରେସର ଏହି ଯାତ୍ରାକୁ ଲୋକମାନେ ଯେଭଳି ଗ୍ରହଣ କରିଛନ୍ତି ତାହା ବିଜେପିର ଚିନ୍ତା ବଢ଼ାଇ ଦେଇଛି ବୋଲି ଗେହଲଟ ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧି ବରବେରି ବ୍ରାଣ୍ଡ୍ର ଏକ ଟି-ସାର୍ଟ ପିନ୍ଧିଥିଲେ ଏବଂ ତାହାର ମୂଲ୍ୟ ୪୧ ହଜାର ଟଙ୍କା ବୋଲି ବିଜେପି ଟ୍ବିଟ୍ କରିଥିଲା।
ଶାହ ୮୦ ହଜାର ଟଙ୍କାର ମଫଲର୍ ପିନ୍ଧନ୍ତି: ଗେହଲଟ
/sambad/media/post_attachments/wp-content/uploads/2022/08/Saha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)