ଭାରତ-ପାକ୍‌ କଥାବାର୍ତ୍ତା ପାଇଁ ମୋଦୀଙ୍କୁ ଶାହବାଜଙ୍କ ପତ୍ର

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଦୁଇ ଦେଶ ମଧ୍ୟରେ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଆହ୍ବାନ ଦେଇଛନ୍ତି। ପାକିସ୍ତାନ ସହ ଭାରତ ଗଠନମୂଳକ ସଂପର୍କ ଚାହୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଶାହବାଜଙ୍କୁ ଦେଇଥିବା ଅଭିନନ୍ଦନ ବାର୍ତ୍ତାରେ କହିଥିବାରୁ ଏହାର ଜବାବରେ ସରିଫ୍‌ ମୋଦୀଙ୍କୁ ପତ୍ର ଲେଖିଛନ୍ତି। ଶାହବାଜ କହିଛନ୍ତି ଯେ କାଶ୍ମୀର ସମେତ ଅନ୍ୟ ସମସ୍ତ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି ଏବଂ ଇସ୍‌ଲାମାବାଦ ଏ ଦିଗରେ ସହଯୋଗର ହାତ ବଢ଼ାଇବ ବୋଲି ସେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଯୋଗୁଁ ଜମ୍ମୁ କାଶ୍ମୀରରେ ଲଗାତାର ହିଂସା ଜାରି ରହିଥିବାରୁ କୌଣସି କଥାବାର୍ତ୍ତା ‌ସଫଳ ହୋଇପାରୁନାହିଁ। ପ୍ରଥମେ ଆତଙ୍କମୁକ୍ତ ପରିବେଶ ସୃଷ୍ଟି ହେଲେ ହିଁ ଆଲୋଚନା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଭାରତ ବାରମ୍ବାର କହିଆସିଛି।

ସମ୍ବନ୍ଧିତ ଖବର