ନୂଆଦିଲ୍ଲୀ : ଦିଲ୍ଲୀର ହଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ଗତକାଲି ସନ୍ଧ୍ୟାରେ ସହିଦ ଜୟୀ ରାଜଗୁରୁ ଫାଉଣ୍ଡେସନ୍ ଦ୍ବାରା ଅମର ସହିଦ ଜୟୀ ରାଜଗୁରୁଙ୍କ ୨୧୨ ତମ ବଳିଦାନ ଦିବସ ପାଳନ କରାଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟୀ ରାଜଗୁରୁଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ପ୍ରସାର ଭାରତୀର ପୂର୍ବତନ ସିଇଓ ସୁରେଶ ଚନ୍ଦ୍ର ପଣ୍ଡା, ନିର୍ବାଚନ କମିସନ୍ର ବରିଷ୍ଠ ଉପଦେଷ୍ଟା ଡ.ଭଗବାନ ପ୍ରକାଶ ପ୍ରମୁଖ ଯୋଗ ଦେଇ ଜୟୀ ରାଜଗୁରୁଙ୍କ ଦେଶଭକ୍ତି, ଦେଶପ୍ରେମ, ବଳିଦାନ ସମ୍ପର୍କରେ ଆଲୋକପାତ କରିବା ସହ ଆଗାମି ଯୁବପିଢ଼ିଙ୍କୁ ଏହା ପ୍ରେରଣା ଯୋଗାଇବ ବୋଲି କହିଥିଲେ। ସହିଦ ଜୟୀ ରାଜଗୁରୁ ଟ୍ରଷ୍ଟ୍ର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଦେବ ନନ୍ଦ ଓ ନବଜ୍ୟୋତି ଦାସ୍ଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ପ୍ରବାସୀ ଓଡ଼ିଆ ଯୋଗ ଦେଇ ସହିଦ ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସହିଦ ଜୟୀ ରାଜଗୁରୁଙ୍କ ବଳିଦାନ ଦିବସ ପାଳନ
/sambad/media/post_attachments/wp-content/uploads/2018/12/jay-copy.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)