ନୂଆଦିଲ୍ଲୀ: ଯୋଗଦେବାର କିଛି ସମୟ ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି)ରୁ ବହିଷ୍କାର ହେଲେ ଦିଲ୍ଲୀର ଶାହିନ୍ ବାଗରେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ବିରୋଧରେ ଗୁଳି ଚଳାଇ ଚର୍ଚ୍ଚାକୁ ଆସିଥିବା କପିଲ ଗୁର୍ଜର। କିିଛି ଘଣ୍ଟାରେ ତଳେ ସେ ବିଜେପିରେ ଯୋଗ ଦେବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହା ସହ ବିରୋଧୀ ବିଜେପିକୁ ସମାଲୋଚନା କରିବା ଆରମ୍ଭ କରିଥିଲେ। କିନ୍ତୁ ଏବେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ମିଳିଛି।
ସଦସ୍ୟତା ବାତିଲ ସମ୍ପର୍କରେ ବିଜେପିର ଗାଜିଆବାଦ ଜିଲ୍ଲା ମୁଖ୍ୟ କହିଛନ୍ତି ଯେ, କପିଲ ଗୁର୍ଜରଙ୍କ ବିଷୟରେ ଆମକୁ ଭଲ ଭାବରେ ଜଣାନଥିଲା। ସେ ଶାହିନ୍ ବାଗରେ ଗୁଳି ଚଳାଇଥିବା ଘଟଣା ବିଷୟରେ ଆମେ ଜାଣିନଥିଲୁ। କିନ୍ତୁ ପରେ ଜାଣିବା ପରେ ତାଙ୍କୁ ଦଳରୁ ବାହାର କରିଦିଆଯାଇଛି।
aajtakଉଲ୍ଲେଖଯୋଗ୍ୟ, ଶାହିନ୍ ବାଗରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ କପିଲ ତୀବ୍ର ବିରୋଧ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲେ। ତେବେ ଗୁଳି ଫୁଟାଇବାବେଳେ କପିଲ ‘ଜୟ ଶ୍ରୀରାମ’, ‘ହମାରେ ଦେଶମେ ଔର କିସି କି ନହିଁ ଚଲେଗି’ ଭଳି ସ୍ଲୋଗାନ ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/t-266.jpg)