ନୂଆଦିଲ୍ଲୀ: ବିଜେପିର ମାନସିକତା ଖରାପ, ରାହୁଲ ଗାନ୍ଧୀ ସେଭଳି ନୁହନ୍ତି। ପୂର୍ବତନ ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦି ବିଜେପିକୁ ଟାର୍ଗେଟ କରି ଏଭଳି କହିଛନ୍ତି। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିବା ସହିତ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଧର୍ମକୁ ନେଇ ରାଜନୀତି କରୁଥିବା କହି ସମାଲୋଚନା କରିଛନ୍ତି।
"ଭାରତରେ ଥିବା ଏହି ସରକାର କ୍ଷମତାରେ ରହିବା ପାଇଁ ସର୍ବଦା ଧର୍ମ ଏବଂ ମୁସଲିମ-ହିନ୍ଦୁ କାର୍ଡ ଖେଳେ। ଏହା ଏକ ବହୁତ ଖରାପ ମାନସିକତା। ରାହୁଲ ଗାନ୍ଧୀଙ୍କର ବହୁତ ସକାରାତ୍ମକ ମାନସିକତା ଅଛି। କ'ଣ ଗୋଟିଏ ଇସ୍ରାଏଲ ଯଥେଷ୍ଟ ନୁହେଁ ଯେ ଆପଣ ଆଉ ଏକ ଇସ୍ରାଏଲ ହେବାକୁ ଚେଷ୍ଟା କରୁଛନ୍ତି?" ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ଏକ ପ୍ୟାନେଲ ଆଲୋଚନା ସମୟରେ ଆଫ୍ରିଦି ଏଭଳି କହିଛନ୍ତି।
ବିଜେପିର ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା, ଆଫ୍ରିଦିଙ୍କ ମନ୍ତବ୍ୟ ଉପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଯେଉଁମାନେ ଭାରତକୁ ଘୃଣା କରନ୍ତି ସେମାନେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ ବହୁତ ଭଲପାଆନ୍ତି।
After Hafiz Saeed now Shahid Afridi ( Terror apologist & India hater ) praises Rahul Gandhi… Not surprised! Everyone who hates India finds an ally in Rahul Gandhi & Congress
— Shehzad Jai Hind (Modi Ka Parivar) (@Shehzad_Ind) September 16, 2025
From Soros to Shahid …
INC = Islamabad National Congress
Cong Pak Yaarana is very old
Art 370 to… pic.twitter.com/Od5W7gDcFH
ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, "ହାଫିଜ୍ ସଇଦଙ୍କ ପରେ, ଏବେ ଶାହିଦ ଆଫ୍ରିଦି, ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରୁଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଯେଉଁମାନେ ଭାରତକୁ ଘୃଣା କରନ୍ତି ସେମାନେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ସହଯୋଗୀ ପାଲଟିଯାଆନ୍ତି। କଂଗ୍ରେସ-ପାକିସ୍ତାନର ବନ୍ଧୁତା ବହୁତ ପୁରୁଣା।"