ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ମଙ୍ଗଳବାର ଦିନ ତାଙ୍କ ଭଉଣୀଙ୍କୁ ହରାଇଛନ୍ତି। ନିକଟରେ ଅତୀତରେ ଆଫ୍ରିଦି ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ ଯେ ତାଙ୍କ ଭଉଣୀ ଡାକ୍ତରଖାନାରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ଏପରିକି ଭଉଣୀର ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ଅବସରପ୍ରାପ୍ତ କ୍ରିକେଟର ତାଙ୍କ ଭ୍ରମଣ ଯୋଜନା ବଦଳାଇବାକୁ ବାଧ୍ୟ ହୋଇଥିଲେ।

Advertisment

ଆଫ୍ରିଦି ତାଙ୍କ ଅସୁସ୍ଥ ଭଉଣୀଙ୍କୁ ଦେଖିବା ପାଇଁ ଫେରି ଆସିଥିବା ବେଳେ ଭଉଣୀର ଦେହାନ୍ତ ତାଙ୍କୁ ଭାଙ୍ଗି ଦେଇଛି। ସୋସିଆଲ ମିଡିଆ ‘ଏକ୍ସ’ ଜରିଆରେ ଆଫ୍ରିଦି ମଧ୍ୟ ତାଙ୍କ ଭଉଣୀଙ୍କ ଅନ୍ତିମ ସଂସ୍କାର କେଉଁଠାରେ ଓ କେବେ ହେବ ସେ ନେଇ ଘୋଷଣା କରିଛନ୍ତି।

ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ଭାରୀ ହୃଦୟ ସହିତ ମୁଁ ଆପଣଙ୍କୁ ଜଣାଇ ଦେଉଛି ଯେ ମୋ ପ୍ରିୟ ଭଉଣୀର ଦେହାନ୍ତ ହୋଇଯାଇଛି ଏବଂ ତାଙ୍କ ନମାଜ ଇ ଜାନାଜା ୧୭.୧୦.୨-୨୩ରେ ଜାକରିୟା ମସଜିଦ୍ ମୁଖ୍ୟ ୨୬ ତମ ରାସ୍ତାରେ ଖାୟାବନ୍ ଇ ଗାଲିବ୍ ଡିଲଚ୍‌ଏରେ ଜୁହୁର ପ୍ରାର୍ଥନା ପରେ ହେବ।’’

ଏହା ପୂର୍ବରୁ ଆଫ୍ରିଦି ଏକ ପୋଷ୍ଟ୍‌ କରି ଲେଖିଥିଲେ, "ମୋର ଭଲପାଇବା, ମୁଁ ତୁମକୁ ଦେଖିବା ପାଇଁ ଫେରିଯାଉଛି, ଦୁଢ଼ ରୁହ।’’ ତାପରେ ସେ ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ‘‘ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ, ଏହାର ମୋ ମୂଲ୍ୟ ମୋ ପାଇଁ ଅଧିକ।’’