ବାଟଲା ହାଉସ ଏନକାଉଣ୍ଟର ଅଭିଯୁକ୍ତ ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କବାଦୀ ଶାହାଜାଦର ମୃତ୍ୟୁ

ନୂଆଦିଲ୍ଲୀ: ଇଣ୍ଡିଆନ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି | ଶନିବାର ଦିନ ଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ ସମୟରେ ଇଣ୍ଡିଆନ ମୁଜାହିଦ୍ଦିନର ସଂଚାଳକ ଶାହାଜାଦ ଅହମ୍ମଦର ମୃତ୍ୟୁ ଘଟିଛି। ୨୦୦୮ ବାଟଲା ହାଉସ ଏନକାଉଣ୍ଟରରେ ଦିଲ୍ଲୀ ପୁଲିସ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଶାହାଜାଦ ଅହମ୍ମଦ ଦୋଷୀ ସାବ୍ୟସ୍ତ ହୋଇଥିଲା। ଜେଲ ଅଧିକାରୀଙ୍କ କହିବାନୁସାରେ, ଶାହାଜାଦ ଅନ୍ୟ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲା।

ସୂଚନା ଥାଉ କି ଯେ ବାଟଲା ହାଉସ ମାମଲାରେ ଆତଙ୍କବାଦୀ ଆରିଜ ଖାନଙ୍କୁ ପୂର୍ବରୁ ମୃତ୍ୟୁଦଣ୍ଡ ଦିଆଯାଇଛି। ୨୦୦୮ ବାଟଲା ହାଉସ ଏନକାଉଣ୍ଟରରେ ଇନ୍ସପେକ୍ଟର ମୋହନ ଚାନ୍ଦ ଶର୍ମାଙ୍କ ହତ୍ୟା ମାମଲାରେ ଦିଲ୍ଲୀର ସାକେତ କୋର୍ଟ ମାର୍ଚ୍ଚ ୨୦୨୧ରେ ଆରିଜ ଖାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଦକ୍ଷିଣ ଦିଲ୍ଲୀର ଜାମିଆନଗରର ବାଟଲା ହାଉସରେ ଏକ ଏନକାଉଣ୍ଟରରେ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଅଧିକାରୀ ମୋହନ ଚାନ୍ଦ ଶର୍ମାଙ୍କୁ ଏହି ଆତଙ୍କବାଦୀମାନେ ହତ୍ୟା କରିଥିଲେ |

ଏହାପୂର୍ବରୁ ଏଠାରେ ସିରିଏଲ ବୋମା ବିସ୍ଫୋରଣରେ ୩୯ ଜଣ ପ୍ରାଣ ହରାଇଥିଲେ ଏବଂ ୧୫୯ ଜଣ ଆହତ ହୋଇଥିଲେ। ଶର୍ମା ବାଟଲା ହାଉସରେ ଏହି ବୋମା ବିସ୍ଫୋରଣରେ ସଂପୃକ୍ତ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇଥିଲେ। ସେପ୍ଟେମ୍ବର ୧୯, ୨୦୦୮ରେ ସେଠାରେ ପହଞ୍ଚିଥିଲେ | ଏନକାଉଣ୍ଟରରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କୁ ପରବର୍ତ୍ତୀ ସମୟରେ ମରଣୋତ୍ତର ଭାବେ ଅଶୋକ ଚକ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର