ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ତଥା କେନ୍ଦ୍ରୀୟ ନିର୍ବାଚନ ସମିତିର ସଦସ୍ୟ ଶାହାନବାଜ୍‌ ହୁସେନ୍‌ଙ୍କ ଚିନ୍ତା ବଢିଯାଇଛି। ବିଶେଷ କରି ସେ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା କୁହାଯାଉଛି। ଶାହାନାବାଜ୍‌ ହୁସେନ୍‌ ଗତ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରୂପେ ବିହାରର ଭାଗଲପୁର ଆସନରୁ ନିର୍ବାଚନ ଲଢିଥିଲେ। ସେ କିନ୍ତୁ ପରାଜୟବରଣ କରିଥିଲେ।

Advertisment

୨୦୧୯ ଲୋକସଭା ନିର୍ବାଚନରେ ଦଳ ଭାଗଲପୁର ଆସନକୁ ଜେଡିୟୁକୁ ଦେଇଛି। ଅପରପକ୍ଷରେ ଶାହନବାଜ ହୁସେନଙ୍କୁ ଅନ୍ୟ କୌଣସି ଆସନରୁ ବି ପ୍ରାର୍ଥୀ କରି ନାହିଁ ଭାଜପା। କିନ୍ତୁ ଶାହବାଜଙ୍କୁ ଟିକେଟ୍‌ ନ ମିଳିବା ଦେଖି ତାଙ୍କ ସମର୍ଥକମାନେ ନିରାଶ ହୋଇଛନ୍ତି। କିନ୍ତୁ ଶାହନବାଜ୍‌ ହୁସେନ ଭାରତୀୟ ଜନତା ପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କର୍ମୀମାନଙ୍କୁ ବୁଝାଇଛନ୍ତି ଯେ ସେ କେନ୍ଦ୍ର ନିର୍ବାଚନ ସମିତିର ସଦସ୍ୟ,ଏଣୁ ଟିକେଟ୍‌ ନ ମିଳିଲେ ଅସୁବିଧା କେଉଁଠି?

publive-image

ଏଠାରେ ସୂଚନାଯୋଗ୍ୟଯେ ୧୯୯ରେ ଅରରୀୟାର ବଗଲ ଲୋକସଭା ଆସନରୁ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ।