ନୂଆଦିଲ୍ଲୀ: ବଲିଉଡ୍ ଷ୍ଟାର ଶାହରୁଖ ଖାନ୍ କରୋନା ଭାଇରସ୍ ମୁକାବିଲା ଦିଗରେ ଦେଶକୁ ସହଯୋଗ କରିବାପାଇଁ ସୋସିଆଲ ମିଡିଆରେ କିଛି ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ଶାହରୁଖ ତାଙ୍କ ଇନଷ୍ଟାଗ୍ରାମ୍ ପ୍ରୋଫାଇଲ୍ରେ ଗଣମାଧ୍ୟମ ବିବୃତିକୁ ସେୟାର କରି ଲେଖିଛନ୍ତି, ବର୍ତ୍ତମାନ ସମୟରେ ନିଜ ଆଖପାଖରେ ଯେକୌଣସି ବ୍ୟକ୍ତିଙ୍କୁ କାମରେ ଲଗାଇବା ସବୁଠୁ ଗୁରୁତ୍ବପୂର୍ଣ୍ଣ। କେହି ବି ଏକା ନାହାନ୍ତି ତାହା ସମସ୍ତଙ୍କୁ ହୃଦ୍ବୋଧ କରାଇବା ଉଚିତ୍। ଭାରତ ଏବଂ ସମସ୍ତ ଭାରତୀୟ ଗୋଟିଏ ପରିବାର। ସମସ୍ତେ ସମସ୍ତଙ୍କ କଥା ବୁଝିବାକୁ ପଡ଼ିବ। ଶାହରୁଖ୍ କରୋନା ମୁକାବିଲା ପାଇଁ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ପିଏମ୍ କେୟାର୍ସ ପାଣ୍ଠିକୁ ଟଙ୍କା ଦେବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍, ଏକ୍ ସାଥ୍ -ଦି ଆର୍ଥ୍ ଫାଉଣ୍ଡେସନ୍ ଆଣ୍ଡ୍ ରୋଟି ଫାଉଣ୍ଡେସନ୍କୁ ପାଣ୍ଠି ଦେଇଛନ୍ତି। ଏଥିସହ ଶାହରୁଖ୍ ମାସେ ପର୍ଯ୍ୟନ୍ତ ପ୍ରତିଦିନ ମୁମ୍ବାଇର ୫,୫୦୦ ପରିବାରକୁ ଖାଦ୍ୟ ଦେବେ। ପ୍ରତିଦିନ ସେ ୧୦,୦୦୦ ଲୋକଙ୍କୁ ୩ ଲକ୍ଷ ମିଲ୍ କିଟ୍ ଦେଉଛନ୍ତି। ଦିଲ୍ଲୀରେ ୨୫୦୦ ଦିନ ମଜୁରିଆଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦେଉଛନ୍ତି। ଏସିଡ୍ ଆକ୍ରମଣର ଶିକାର ହୋଇଥିବା ୧୦୦ ପୀଡ଼ିତାଙ୍କୁ ମାସିକ ଷ୍ଟାଇପେଣ୍ଡ୍ ଦେଉଛନ୍ତି।
କରୋନା ମୁକାବିଲା ପାଇଁ ଶାହରୁଖ୍ଙ୍କ ପ୍ରୟାସ
/sambad/media/post_attachments/wp-content/uploads/2017/12/saharukh.jpg)