ମୁମ୍ବାଇ : କୋଭିଡ-୧୯ ରିଲିଫ୍ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଫିଲ୍ମ ପ୍ରଯୋଜକ କରନ୍ ଜୋହର ଏବଂ ଜୋୟା ଅଖ୍ତରଙ୍କ ଉଦ୍ୟମରେ ଏକ 'ଫ୍ରମ୍ ହୋମ୍ କନ୍ସର୍ଟ'ର ଆୟୋଜନ କରାଯାଉଛି। ଏଥିରେ ବଲିଉଡ୍ର ନାମୀଦାମୀ କଳାକାର ଶାହରୁଖ୍ ଖାନ୍, ଅକ୍ଷୟ କୁମାର, ଅମୀର ଖାନ୍, ହ୍ରିତିକ ରୋସନ, ସୈଫ ଅଲ୍ଲୀ ଖାନ୍, କରିନା କପୁର, ରଣବୀର ସିଂହ, ବରୁଣ ଧାୱନ, ଅର୍ଜୁନ କପୁର, ସିଦ୍ଧାର୍ଥ ମାଲହୋତ୍ରା, ଆଲିଆ ଭଟ୍ଟ, କାଟ୍ରିନା କୈଫ୍, ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମାଙ୍କ ଭଳି କଳାକାରମାନେ ଏଥିରେ ଅଂଶଗ୍ରହଣ କରିବେ। ସେହିଭଳି ଉଇଲ୍ ସ୍ମିଥ୍, ବ୍ରାୟାନ ଆଡାମ୍ସ, ଜୋନ୍ ବ୍ରଦର୍ସଙ୍କ ଭଳି ହଲିଉଡ୍ କଳାକାରମାନେ ମଧ୍ୟ ଏହି କନ୍ସର୍ଟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କଳାକାରମାନେ ପ୍ରତ୍ୟେକ ୪ ମିନିଟ୍ର ନୃତ୍ୟ, ଗୀତ ଓ ମନୋରଞ୍ଜନଭରା ଭିଡ଼ିଓ ସେୟାର କରିବେ। ଏହି ଶୋ'ରେ ବ୍ୟଙ୍ଗ ଅଭିନେତା କପିଲ ଶର୍ମା, ଗାୟିକା ଆଶା ଭୋଁସ୍ଲେ, ଅରିଜିତ୍ ସିଂହ, ସୋନୁ ନିଗମ, ଶ୍ରେୟା ଘୋଷାଲ୍, ବିଶାଲ ଦଦଲାନି, ଶେଖର ରିଜ୍ୱାନି, ପ୍ରୀତମ୍, ଜାଭେଦ୍ ଅଖ୍ତାରଙ୍କ ସମେତ କ୍ରିକେଟ୍ ତାରକା ସଚ୍ଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମା ପ୍ରମୁଖ ଅଂଶଗ୍ରହଣ କରିବେ। ଏହି କନ୍ସର୍ଟ ସୋସିଆଲ୍ ମିଡିଆରେ ମଧ୍ୟ ପ୍ରଚାର ହେବ। କୋଭିଡ-୧୯ ଲକ୍ଡାଉନ୍ ଯୋଗୁଁ ଏକପ୍ରକାର ବନ୍ଦୀ ଅବସ୍ଥାରେ ଥିବା ପରିବାର ସଦସ୍ୟମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିବା, କରୋନା ପାଇଁ ସଚେତନତା ସୃଷ୍ଟି କରିବା ଏବଂ କରୋନା ଯୁଦ୍ଧରେ ଲଢେଇ କରୁଥିବା ସମ୍ମୁଖ ଯୋଦ୍ଧା ଡାକ୍ତର, ନର୍ସ ଓ ପୁଲିସ କର୍ମଚାରୀଙ୍କ ମନୋବଳ ବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
କୋଭିଡ-୧୯ ରିଲିଫ୍ ପାଣ୍ଠି ପାଇଁ ଶାହରୁଖ୍, ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାରଙ୍କ ‘ଫ୍ରମ୍ ହୋମ୍ କନ୍ସର୍ଟ’
/sambad/media/post_attachments/wp-content/uploads/2020/04/ra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)