ଐଶ୍ୱର୍ଯ୍ୟାଙ୍କ ମ୍ୟାନେଜରଙ୍କୁ ବଞ୍ଚାଇବାକୁ ଯାଇ ଶାହରୁଖ୍‌ ଆହତ

ମୁମ୍ବାଇ : ଦୀପାବଳି ଅବସରରେ ବିଗ୍‌ ବି ଅମିତାଭ ବଚ୍ଚନ ଅନେକ ସେଲିବ୍ରିଟିଙ୍କୁ ଆମନ୍ତ୍ରଣ କରି ଘରେ ଏକ ପାର୍ଟିର ଆୟୋଜନ କରିଥିଲେ। ଅମିତାଭଙ୍କ ଘରକୁ ଦୀପାବଳି ଦିନ ଶାହରୁଖ ଖାନ୍‌, ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ୍‌ ଓ କାଜୋଲଙ୍କ ସମେତ ୫୦ରୁ ଅଧିକ ଜଣାଶୁଣା ବଲିଉଡ ଷ୍ଟାର୍‌ ଆସିଥିଲେ। ତେବେ ଦୀପାବଳି ପାଳୁଥିବା ବେଳେ ହଠାତ ଏକ ଦୁର୍ଘଟଣା ଘଟିଥିଲା। ଅସାବଧାନତା ହେତୁ ଐଶ୍ୱର୍ଯ୍ୟା ରାୟଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଦେଖି ଶାହରୁଖ୍‌ ତୁରନ୍ତ ଦୌଡ଼ି ଆସି ଲିଭାଇବାକୁ ଚେଷ୍ଟା କରିଥିଲେ। ଏଥିରେ ଅର୍ଚ୍ଚନାଙ୍କ ହାତ ଓ ଗୋଡ ପୋଡ଼ି ଯାଇଥିବା ବେଳେ ଶାହାରୁଖ ବି ସାମାନ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର